ସ୍ୱାୟତ୍ତ ଶାସନ ସପ୍ତାହରେ ଚାରା ରୋପଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ଶନିବାର ୨ ନଂ ୱାର୍ଡ କାଳିଆ ନଗର ସମେତ ଶ୍ମଶାନ ନିକଟରେ ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରାଯାଇଥିଲା। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା,ସହକାରୀ ମତ୍ସ୍ୟ ଅଧିକାରୀ ଜୟଭଦ୍ର ମହାରଣା, କାଉନସିଲର ସୁଶାନ୍ତ କୁମାର ପାତ୍ର ଙ୍କ ସମେତ ଏନ୍ଏସି କାର୍ଯ୍ୟାଳୟ ଗୋଷ୍ଠୀ ସଂଯୋଜିକା ସନ୍ଧ୍ୟାରାଣୀ ପଟ୍ଟନାୟକ,କନିଷ୍ଠ ସ୍ବଚ୍ଛତା ଏକ୍ସପାର୍ଟ ପି.ସ୍ୱାଗତିକା ପାତ୍ର, ଜେଇସି ଇଂ.ମିଥୁନ ସେନାପତି, ଡିଇଓ ସନ୍ତୋଷ କୁମାର ପାଢ଼ୀ, ରାଜସ୍ବ ନୀରିକ୍ଷକ ହରିକୃଷ୍ଣ ସାହୁ, ଟିକସ ଅଧିକାରୀ ଏସ.ଲୋକନାଥ ସୁବୁଦ୍ଧି ଙ୍କ ସମେତ ଏନ୍ଏସି କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ସେହିପରି କାର୍ଯ୍ୟାଳୟ ପରିସରରେ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀ ର କାର୍ଯ୍ୟକର୍ତ୍ତା ଓ ସଦସ୍ୟା ଙ୍କ ମଧ୍ୟରେ ମ୍ୟୁଜିକ ଚେୟାର ଓ ପୁଚି ଖେଳ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ନିମନ୍ତେ ଚୟନ କରାଯାଇଥିଲା।ପରେ ସହରର ସମସ୍ତ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ବତ୍କୃତା ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ଚୟନ କରାଯାଇଥିଲା।ସେହିପରି ଦିଗପହଣ୍ଡି ଏନ୍ଏସି ସ୍ମାର୍ଟ ପାର୍କ ପରିସରରେ ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ ସ୍ୱାୟତ୍ତ ଶାସନ ସପ୍ତାହ ପାଳନ ଅବସରରେ ସାମୁହିକ ଯୋଗ ଓ ପ୍ରାଣାୟମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଶିବିରରେ ଯୋଗ ପ୍ରଶିକ୍ଷକ ପ୍ରଭାତ କୁମାର ସାହୁ ଉପସ୍ଥିତ ରହି ପ୍ରଶିକ୍ଷାର୍ଥୀ ମାନଙ୍କୁ ଯୋଗ ଓ ପ୍ରାଣାୟାମ ର ମହତ୍ତ୍ଵ ସମ୍ପର୍କରେ ଉଦବୋଧନ ଦେଇଥିଲେ। ଯୋଗ ପ୍ରାଣାୟାମ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ଵାସ୍ଥ୍ୟକୁ ସୁସ୍ଥ ଓ ସୁସଂଯତ ରଖିବାରେ ମୁଖ୍ୟ ଭୂମିକା ନେଇଥାଏ ବୋଲି ସେ କହିଥିଲେ।ପରେ ସେ ବିଭିନ୍ନ ଯୋଗ,ଆସନ, ପ୍ରାଣାୟମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ।


