ବାଘାଯତୀନ ଶହୀଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ବାଲେଶ୍ୱର(ସରୋଜ ପଣ୍ଡା): ୨୦୨୬ଆଜି ସନ୍ଧ୍ୟା ୫.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ୧୧୧ ତମ ବାଘାଯତୀନ ଶହୀଦ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଉକ୍ତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ, ଡେପୁଟି ଜିଲ୍ଲାପାଳ, ଶ୍ରୀଯୁକ୍ତ ପ୍ରବୋଧ କୁମାର ମଲିକ, ନିର୍ବାହୀ ଅଧିକାରୀ ବାଲେଶ୍ୱର ପୌରପାଳିକା ଶ୍ରୀଯୁକ୍ତ ସିରିଆଲ ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ରେମୁଣା ଶ୍ରୀଯୁକ୍ତ ସାର୍ଥକ ସୌରଭ, ବାଘାଯତୀନ ଉନ୍ନୟନ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ସୁଜିତ କୁମାର ଦେବ, ବାଘାଯତୀନ ଉନ୍ନୟନ କମିଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ହରେନ୍ ରଣା, ବାଘାଯତୀନ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଶ୍ରୀଯୁକ୍ତ ଗୋପୀନାଥ ସେନାପତି, ବାଘାଯତୀନ ବିକାଶ ପରିଷଦର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସର୍ବେଶ୍ୱର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଆଗାମୀ ସେପ୍ଟେମ୍ବର ୯ ଏବଂ ୧୦ ତାରିଖ ଦିନ ବାଲେଶ୍ୱର ସହରର ବାରବାଟୀ ଏବଂ ରେମୁଣା ବ୍ଲକର ବାଘାଯତୀନ ଶହୀଦ ପୀଠ (ଚଷାଖଣ୍ଡ) ଠାରେ ବାଘାଯତୀନ ଶହୀଦ ଦିବସକୁ ଦୁଇ ଦିନ ବ୍ୟାପୀ ଖୁବ୍ ଧୁମ୍ ଧାମରେ ପାଳନ କରାଯିବ । ଜିଲ୍ଲା ପ୍ରଶାସନ, ଉଭୟ କମିଟି, ପୋଲିସ୍ ପ୍ରସାଶନ ଏହି କାର୍ଯ୍ୟକ୍ରମକୁ କିପରି ଭଲ ଭାବେ ଅତି ଶୃଙ୍ଖଳାର ସହ ପାଳନ କରିବେ, ସେହି ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ।


