ନିଖୋଜ ନାବାଳକର ମିଳୁନି ପତ୍ତା

ବୈପାରିଗୁଡା, (ବିକ୍ରାନ୍ତ କୁମାର ବେବର୍ତ୍ତା): ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତ ଗୁମ୍ମା ଗ୍ରାମର ସୁନ୍ଦର ଗୋଲରୀଙ୍କ ପୁଅ କର୍ଣ୍ଣ ଗୋଲରୀ (୧୩) ଗତ ଶୁକ୍ରବାର ଠାରୁ ନିଖୋଜ ଥିବା ଜଣାପଡ଼ିଛି। ତେବେ ପାଞ୍ଚଦିନ ହେଲା ନିଖୋଜ ପିଲାଙ୍କ ପତ୍ତା ନ ମିଳିବାରୁ ଏ ନେଇ ପରିବାର ପକ୍ଷରୁ ବୈପାରିଗୁଡା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ମତେ ଗତ ଶୁକ୍ରବାର ଦିନ ଘରୁ ବାହାରି କର୍ଣ୍ଣ କେଉଁଆଡେ ଯାଇ ଆଉ ଫେରିନଥିଲେ। ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ମଧ୍ଯ ନ ମିଳିବାରୁ ପିଲାର ନିଖୋଜ ହୋଇଥିବା ନେଇ ପୋଲିସକୁ ଜଣାଇଛନ୍ତି ! କର୍ଣ୍ଣ ଗୋଲରୀ ବାପା,ମାଆଙ୍କର ସାନ ପୁଅ ବୋଲି ଜଣାପଡ଼ିଛି। ତାଙ୍କ ଏତଲା ଆଧାରରେ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଥିବା ଜଣାପଡ଼ିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ