କାର୍ ଧକ୍କାରେ ବୃଦ୍ଧ ମୃତ, କାର୍ ଚାଳକ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ର ମଳାଭଞ୍ଜା ବ୍ରିଜ ନିକଟରେ କାର୍ (ନଂ.କେଏମ ୦୩ ଏମ ୱାଇ -୦୧୬୫) ଧକ୍କାରେ ଜଣେ ବୃଦ୍ଧ ଚାଷୀ ମୃତ୍ୟୁବରଣ କରିଛନ୍ତି।ଚାଷୀ ଜଣକ ହେଲେ ସାନଖେମୁଣ୍ଡି ବ୍ଲକ ପୁରୁଣା ମଳାଭଞ୍ଜା ଗ୍ରାମର କିଶୋର ଚନ୍ଦ୍ର ଗୌଡ଼(୬୦)।କିଶୋର ତାଙ୍କ ସାଇକେଲ ରେ ସାର ବସ୍ତା ବୋଝେଇ କରି ଚାଲି ଚାଲି  ରାସ୍ତା ପାର ହେଉଥିବା ବେଳେ ବ୍ରହ୍ମପୁର ରୁ ତପ୍ତପାଣି ଅଭିମୁଖେ  ଦୃତଗତି ରେ ଯାଉଥିବା  କାର ଟି କିଶୋର ଙ୍କ ଉପରେ ମାଡ଼ିଯାଇଥିଲା। ଗୁରୁତର ଆହାତ କିଶୋର ଙ୍କୁ  ଉଦ୍ଧାର କରି ସ୍ଥାନୀୟ ଲୋକେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ କିଶୋର ଙ୍କ ପୁଅ ସୋମନାଥ ଗୌଡ଼ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୬୯/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ତଦନ୍ତକାରୀ ଅଧିକାରୀ ଏଏସଆଇ ମନୋଜ ସିଂ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ  କରିବାସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।ପୋଲିସ ଦୁର୍ଘଟଣାଗ୍ରସ୍ତ କାର କୁ ଜବତ କରିବା ସହ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଲାଞ୍ଜିପଲ୍ଲୀ ଗଣେଶ ନଗର ର କାର ଚାଳକ ଇଂ. ଜ୍ୟୋତି ରଞ୍ଜନ ପାଲ ଙ୍କୁ ଗିରଫ କରି ଭାରତୀୟ ନାଗରିକ ସୁରକ୍ଷା ସଂହିତା ର ଧାରା -୩୫(୩) ନୋଟିସ ଦେଇ କୋର୍ଟ ରେ ହାଜର ହେବାକୁ ସର୍ତ୍ତ ମୂଳକ ଜାମିନ ରେ ଛାଡିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ