କଟକ ମଧୁପାଟଣାରେ ଖୋଲିଲା ଆଡଭାନ୍ସଡ ଗ୍ରୋ ହେୟାର ଆଣ୍ଡ ଗ୍ଲୋସ୍କିନ୍ କ୍ଲିନିକ୍

କୋଣାର୍କ (ଓ୍ବାଇଏନଏସ): କଟକ ସ୍ଥିତ ମଧୁପାଟଣା ଲିଙ୍କ ରୋଡରେ ଆଡଭାନ୍ସଡ ଗ୍ରୋ ହେୟାର ଆଣ୍ଡ ଗ୍ଲୋସ୍କିନ୍ କ୍ଲିନିକ୍ ଉଦଘାଟନ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ ସମ୍ମାନିତ ଅତିଥି ବ୍ରାଣ୍ଡର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ସରନ ଭେଲ ଜୟରାମନ୍ ଯୋଗ ଦେଇଥିଲେ । ଉଦଘାଟନ ସମୟରେ ବ୍ରାଣ୍ଡର ଫ୍ରାଞ୍ଚାଇଜ୍ ପାର୍ଟନର ସାଇ କୃଷ୍ଣ ଧଳ ଉପସ୍ଥିତ ଥିଲେ।  କଟକରେ ଆରମ୍ଭ ହୋଇଥିବା ଏହି ଶାଖାର ଶୁଭାରମ୍ଭ କେବଳ ବ୍ୟବସାୟିକ ସମ୍ପ୍ରସାରଣ ନୁହେଁ, ବରଂ ଲୋକଙ୍କୁ ଉକୃଷ୍ଟ ଯତ୍ନ ଓ ଉନ୍ନତମାନର ବେଲନେସ ସମାଧାନ ଯୋଗାଇବା ଦିଗରେ ଏକ ପ୍ରତିବଦ୍ଧତା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଭାରତ ସମେତ ବିଶ୍ବରେ ଏହାର କ୍ଲିନିକ୍ ସଂଖ୍ୟା ୨୦୦ରୁ ଅଧିକ ଶାଖା ରହିଛି। ଏହା କେବଳ ଏକ ସଂଖ୍ୟା ନୁହେଁ, ବରଂ ଉନ୍ନତମାନର କେଶ ପୁନଃବୃଦ୍ଧି ଓ ତ୍ବଚା ପୁନଃର୍ଜୀବନ ସମାଧାନ ଖୋଜୁଥିବା ଲୋକଙ୍କ ପାଇଁ ଆଶା ଓ ପରିବର୍ତ୍ତନର ପ୍ରତୀକ। ୨୦୦ରୁ ଅଧିକ ସଫଳ କ୍ଲିନିକ୍ ମାଧ୍ୟମରେ ଲୋକଙ୍କ ବିଶ୍ବାସ ହାସଲ କରିବା ସହ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି କଟକରେ ଏହି ଅତ୍ୟାଧୁନିକ ସେବା ଉପଲବ୍ଧ କରାଯାଇଛି। ଏହି କ୍ଲିନିକରେ ଚିକିତ୍ସା ସେବା ସହ ବାନ ପ୍ରୋ ନାମରେ ପ୍ରିମିୟମ୍ କେଶ ଓ ତ୍ବଚା ଯତ୍ନ ଉତ୍ପାଦ ମଧ୍ୟ ଉପଲବ୍ଧ ରହିଛି। କ୍ଲିନିକରେ କରାଯାଉଥିବା ପ୍ରକ୍ରିୟାର ଫଳାଫଳକୁ ଉନ୍ନତ ଓ ଦୀର୍ଘସ୍ଥାୟୀ କରିବା ପାଇଁ ବାନ ପ୍ରୋ ଉତ୍ପାଦଗୁଡ଼ିକ ବିକଶିତ କରାଯାଇଛି। ଏହା ସହ କ୍ଲିନିକରେ ବ୍ୟବହୃତ ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ବାନ ପ୍ରୋ ଆଡଭାନ୍ସଡ ଲାଇନ୍ ବୋଲି  ସୂଚନା ଦିଆଯାଇଛି।  ଏହାି କ୍ଲିନିକ ଅତ୍ୟାଧୁନିକ ପ୍ରଯୁକ୍ତି ସହ ଦକ୍ଷ ଓ ଯତ୍ନଶୀଳ ସେବାର ସମନ୍ବୟ କରିଛି। କ୍ଲିନିକରେ ପର୍କ୍ୟୁଟେନିୟସ୍ ଫୁଏ କେଶ ପ୍ରତିରୋପଣ , ଷ୍ଟେମ୍ ଏକ୍ସ ୨୭ ପ୍ରୋ, ପିଆରପି ପ୍ରୋ ପ୍ଲସ୍, ଲେଜର ହେୟାର ଥେରାପି,ରେଗେନ ପ୍ରୋ 9 ଭଳି ବିଭିନ୍ନ ଆଧୁନିକ ହେୟାର୍ ଟ୍ରିଟମେଣ୍ଟ ଉପଲବ୍ଧ ରହିଛି। ଏହା ସହ ହାଇଡ୍ରାଫେସିଆଲ,ଲେଜର,ବୋଟେକ୍ସ,ଫିଲର୍ସ,ଥ୍ରେଡ ଲିଫ୍ଟ ,ଫୁଲ ବଡ୍ଡି ଥେରାପି ଭଳି ଅନେକ ସେବା ଉପଲବ୍ଧ ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ