ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଆସିକା  (ୱାଇଏନ୍‍ଏସ୍‍): ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ସ୍ଥିତ ଶ୍ରୀ ଶ୍ରୀ ମା ଦକ୍ଷିଣକାଳୀ ମନ୍ଦିର ଏବଂ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମନ୍ଦିର ନିକଟରେ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପୂଜକମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁଯାୟୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ଠାକୁରଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାବନପୁର ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ମା ଦକ୍ଷିଣକାଳୀ ମନ୍ଦିର ଏବଂ ଶ୍ରୀ ଶ୍ରୀ ଲୋକନାଥେଶ୍ୱର ମନ୍ଦିର ନିକଟରେ ଆୟୋଜିତ କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମଂଜୁଳା ସ୍ୱାଇଁ, ବିଜୁ ମହିଳା ଜନତା ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଜିଲ୍ଲା ପରିଷଦ ସଦସ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ବି.ମନୋଜ କୁମାର ଦୋରା, ଆସିକା ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ବିଜେଡି ନେତା ସୂର୍ଯ୍ୟକାନ୍ତ ପରିଡା, ବିଜେଡି ନେତା ମାନସ ରଂଜନ ଗୌଡ, ଅନିଲ୍‍ କୁମାର ନାୟକ, ସତ୍ୟନାରାୟଣ ସାମନ୍ତରା, ଜି.ସୂର୍ଯ୍ୟପ୍ରକାଶ ରାଓ, ବି.ମୋହନ ରାଓ ଦୋରା, ସାଇରାଜ ଦଳେଇ, ଆକାଶ ସ୍ୱାଇଁ, ସୁନିଲ୍‍ ପାଣିଗ୍ରାହୀ, ସନ୍ତୋଷ କୁମାର ନାହାକ, ସନ୍ତୋଷ ନାହାକଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ