ତରଭା ସ୍କୁଲରେ ଗୁରୁପୂଜନ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ଜାଗୁଳାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ତରଭାରେ  ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି।ପ୍ରାରମ୍ଭରେ ସ୍କୁଲର ଛାତ୍ରଛାତ୍ରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଫୁଲଚନ୍ଦନ ଧୂପଦୀପରେ ବନ୍ଦାପନା କରି ଗୁରୁବନ୍ଦନା ଗାନ କରିଥିଲେ। ପରେ ସ୍କୁଲର ପ୍ରଧାନଶିକ୍ଷକ  ବିଷ୍ଣୁ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ  ଅନୁଷ୍ଠିତ ପୂଜ୍ୟପୂଜା କାର୍ଯ୍ୟକ୍ରମରେ ସ୍କୁଲପରିଚାଳନା କମିଟର ସଭାପତି ବିଜୟ କୁମାର ପାଣି ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବାବେଳେ  ମୁଗୁପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ଆକାଶ କୁମାର ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସ୍କୁଲର ପ୍ରାକ୍ତନ ପ୍ରଧାନଶିକ୍ଷକ  ବୈକୁଣ୍ଠନାଥ ପଣ୍ଡା,  ଘନଶ୍ୟାମ ଯେନା,  ବଳରାମ ଓଝା,  ନାରାୟଣ ସେଠୀଙ୍କୁ  ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାର ଆରମ୍ଭରେ ବିଶ୍ଵଗୁରୁ ଜଗନ୍ନାଥ ଏବଂ ରାଷ୍ଟ୍ରଗୁରୁ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ତୈଳଚିତ୍ରରେ ଧୂପଦୀପ ଅର୍ପଣ କରାଯିବା ସହିତ ଅତିଥିମାନଙ୍କ ଦ୍ବାରା ସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା। ଶିକ୍ଷକ ପ୍ରଶାନ୍ତ କୁମାର କର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ଶତୃଘନ ସାହୁ ଧନ୍ୟବାଦାର୍ପଣ କରିଥିଲେ । ମଞ୍ଚାସିନ ଅତିଥିମାନେ ବହୁଦିନ ପରେ ଏହି ସ୍କୁଲରେ ଏକାଠୀ ହୋଇଥିବାରୁ ନିଜନିଜ ସ୍ମୃତି ବଖାଣିବା ସହ ଗୁରୁମାନଙ୍କର ଆଶୀର୍ବାଦ କିପରି ଭଲ ମଣିଷ ହେବାପାଇଁ ବାଟ ଦେଖାଏ ତାହାକୁ ସୁନ୍ଦର ଭାବେ ଛାତ୍ରଛାତ୍ରୀଙ୍କୁ  ବୁଝାଇଥିଲେ।ଏହି ଅବସରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ମାନସ କୁମାର ଯେନା ଉପସ୍ଥିତ ରହି ଆତ୍ମବିଶ୍ଵାସୀ ହେବାପାଇଁ ଶିଶୁମାନଙ୍କୁ କହିଥିଲେ।ଶିକ୍ଷକ ଖଗେଶ୍ବର ସାହୁ, ଶରତମଲ୍ଲିକ, କମିଟିସଦସ୍ୟ ବିଶ୍ଵନାଥପଣ୍ଡା, ରମେଶଯେନା, ବର୍ଷାଯେନା, କୁଳମଣିପତି, ରଶ୍ମିତାପଣ୍ଡା, ନିରୁପମାପଣ୍ଡା, ରିନାରାଣିଯେନା, ସୁଭଦ୍ରାଯେନା, ସଞୁଲତାସାହୁ, ବାସନ୍ତିସେଠୀ, ତ୍ରୀଲୋଚନସେଠୀ, ମଞ୍ଜୁଲତାପତି, ହିରାରାଣିପଣ୍ଡା, ବିନୋଦିନୀପଣ୍ଡା, ଝୁନୁବତୀପଣ୍ଡା, ଭାସ୍କରଯେନା, ବିଦ୍ୟାଧରପତି ଓ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ