ଅବସରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ଧାମନଗର (ଓ୍ବାଇଏନଏସ): ପିଏମଶ୍ରୀ ଧାମନଗର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂର୍ବତନ ରାଷ୍ଟ୍ରପତି ଡ଼କ୍ଟର ସର୍ବପଲି ରାଧାକ୍ରିଷ୍ଣନ୍ନଙ୍କ ଜନ୍ମ ଜାୟନ୍ତୀ ଓ ଗୁରୁଦିବସ ମହା ଆଡମ୍ବରରେ ପାଳନ କରାଯାଇଛି। ଗୁରୁମାନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ପରିପ୍ରେକ୍ଷୀରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁସାରେ ଗୁରୁପୂଜନ ଆୟୋଜନ କରାଯାଇଥିଲା। ଶନିବାର ପ୍ରଧାନ ଶିକ୍ଷକ ସମୀର କୁମାର ଗୋସ୍ୱାମୀଙ୍କ ତତ୍ତ୍ୱାବଧାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଗୁରୁ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନେହ,ଶ୍ରଦ୍ଧା, ପ୍ରେମ,ଦୟା,କ୍ଷମା ଭାବ ଜାଗ୍ରତ ହୋଇଥାଏ ଏବଂ ଉଜ୍ୱଳ ଭବିଷ୍ୟତ ପାଇଁ ଗୁରୁଙ୍କ ମାର୍ଗଦର୍ଶନ ଜରୁରୀ ବୋଲି ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ ଚିଠି ମୁତାବକ ସ୍ଥାନୀୟ ଅଞ୍ଚଳର ଅବସରପ୍ରାପ୍ତ ଶିକ୍ଷକ ନିଳମଣୀ ନାୟକ,ସେକ ଅବଦୁଲ ହାକିମ ଓ ମହେଶ୍ୱର ସ୍ୱାଇଁଙ୍କୁ ବିଦ୍ୟାଳୟ ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜୋଳନ ସହ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷକ ଭାସ୍କର ଚନ୍ଦ୍ର ଦାସ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ ଓ ସ୍ୱାଗତ ଭାଷଣ ଓ ସହକାରୀ ଶିକ୍ଷକ ବଟକୃଷ୍ଣ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ସହକାରୀ ଶିକ୍ଷକ ଅଭିମନ୍ୟୁ ଶଙ୍ଖୁଆ,ଶେଖ ମହମ୍ମଦ ହନିଫ,ଶୁଭମ ମଲ୍ଲିକ,ଶକ୍ତି ରଞ୍ଜନ ହୁମ,ପୁର୍ଣିମା ଲେଙ୍କା,ତପସ୍ୱୀନି ତ୍ରିପାଠୀ,ପ୍ରମୋଦ ଦାସ,ସନାତନ ସାହୁ,ଲିପିକା ମହାନ୍ତି,ସସ୍ମିତା ଦାସ,କିରାଣୀ ମନୋରଞ୍ଜନ ବସ୍ତିଆ,ଚତୁର୍ଥ ଶ୍ରେଣୀ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ସହକାରୀ ଶିକ୍ଷକ ପ୍ରାଣବନ୍ଧୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ