ଗୁଣପୁରରେ ନୂତନ ଲାୟନ୍ସ କ୍ଲବ୍ କଳିଙ୍ଗ ସ୍ଥାପନ ଉତ୍ସବ
ଗୁଣପୁର,(ୱାଇ ଏନ ଏସ): ଗୁଣପୁରର ହୋଟେଲ ଶ୍ରୀସାତ୍ୟା ରେସିଡେନ୍ସି ସମ୍ମିଳନୀ କକ୍ଷରେ ‘ଲାୟନ୍ସ କ୍ଲବ୍ ଗୁଣପୁର କଳିଙ୍ଗ’ର ନୂତନ କମିଟି ଗଠନ ତଥା ଚାର୍ଟର ପ୍ରଦାନ ସହ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୨ ଜଣ ସଦସ୍ୟଙ୍କୁ ନେଇ ସମାଜସେବା ଲକ୍ଷ୍ୟରେ ଏହି ନୂତନ କ୍ଲବ୍ ଗଠନ କରାଯାଇଥିବା କୁହାଯାଇଛି।
ଏହି ସମାରୋହରେ ରାୟଗଡା କ୍ଲବ ର ପ୍ରଥମ ଜୋନାଲ ଚେୟାରପର୍ସନ ଲାଲ୍ ବିହାରୀ ଲେଙ୍କା ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡା ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ଅଶ୍ୱିନୀ ଦାଶ ଏବଂ ତାଙ୍କ ଧର୍ମପତ୍ନୀ ଲାୟନ୍ ସୁଶ୍ରୀତା ଦାଶ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଙ୍କ ରୂପେ ରିଜିଓନାଲ ଚେୟାରପର୍ସନ ଆଞ୍ଚଳିକ ଅଧ୍ୟକ୍ଷ ଲାୟନ୍ ଦୁଷ୍ମନ୍ତ କୁମାର ମହାନ୍ତି, ଦ୍ୱିତୀୟ ଜୋନାଲ ଚେୟାରପର୍ସନ ଜି. ରାମକୃଷ୍ଣ, କ୍ୟାବିନେଟ ସମ୍ପାଦକ ଟି. ଜୟରାମ , ଉମା ଚରଣ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନୂତନ ସଦସ୍ୟମାନଙ୍କୁ ସମାଜସେବାରେ ନିଜକୁ ନିୟୋଜିତ କରିବାକୁ ପରାମର୍ଶ ଦେଇଥିଲେ। ଏହି ଉତ୍ସବରେ ରାୟଗଡ଼ାର ତିନୋଟି କ୍ଲବ୍ ଲାୟନ୍ସ କ୍ଲବ୍ ରାୟଗଡ଼ା, ଅପରାଜିତା ଓ ନାଗାବଳୀର ପ୍ରମୁଖ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।କ୍ଲବ୍ର ନୂତନ କାର୍ଯ୍ୟକାରିଣୀ କମିଟି ଇଂ ବିଷ୍ଣୁ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ଏସ :ବାବା ପ୍ରସାଦ, ଉପ-ସଭାପତି – ରାଜେଶ ପଟ୍ଟନାୟକ ଏଲ୍.ସି.ଆଇ.ଏଫ୍ ଅଧ୍ୟକ୍ଷ ଡ. ଚନ୍ଦ୍ରଧ୍ୱଜ ପଣ୍ଡା ସମ୍ପାଦକ ଏ ଭେଙ୍କେଟ ରାଓ, କୋଷାଧ୍ୟକ୍ଷ ଏ. ମଣିକାଣ୍ଠl , ବରୁଣ ଓଝା ଟେଲ୍ ଟ୍ୱିଷ୍ଟର ଭାବେ ପ୍ରବୀଣ ପଟ୍ଟନାୟକ ଓ ବୋର୍ଡ ଅଫ ଡାଇରେକଟର ଭାବେ ରାମ ପଣ୍ଡା, ଶଶୀ ଭୂଷଣ ମହାନ୍ତି, ଟି. ଶ୍ରୀକାନ୍ତ ପ୍ରମୁଖ ଙ୍କୁ ମନୋନୀତ କରାଯାଇଛି। ନୂତନ ସଦସ୍ୟ ମାନଙ୍କୁ ଅଶ୍ୱନୀ ଦାସ ଶପଥ ପାଠ କରାଇଥିଲେ।


