ଅପରାହ୍ନ ପକ୍ଷରୁ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ

ଗୁଣପୁର,(ୱାଇଏନଏସ): ଅପରାହ୍ନ ପକ୍ଷରୁ ରାୟଗଡ଼ା ଜିଲ୍ଲା ସାହିତ୍ୟ ଘର ଦ୍ୱାରା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ‘ ସାରସ୍ୱତ ବନ୍ଧୁ ମିଳନ ଉତ୍ସବ-୨୦୨୬’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରାନ୍ତରୁ ବହୁ ସାରସ୍ୱତ ସାଧକ, ଶିକ୍ଷାବିତ୍, ସାହିତ୍ୟିକ ଯୋଗ ଦେଇଥିଲେ।
ଗୁଣପୁର ଶିଶୁ ମନ୍ଦିର ପରିସର ରେ ଆରମ୍ଭ ହୋଇଥିବା ଉଦ୍‌ଘାଟନ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବକୁ ଗୁଣୁପୁର ଗାନ୍ଧୀ ଯାନ୍ତ୍ରିକ ମହାବିଦ୍ୟାଳୟ ଉପ ସଭାପତି ଚନ୍ଦ୍ରଧ୍ୱଜ ପଣ୍ଡା , ସୁପ୍ରିମ୍ କୋର୍ଟର ବରିଷ୍ଠ ଆଇନଜୀବୀ ସଂଜୀବ ମହାନ୍ତି ,ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଓ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ , ବରିଷ୍ଠ ସାହିତ୍ୟିକ ପ୍ରତାପ ରାୟ,ପଞ୍ଚବଟୀ ପତ୍ରିକା ସମ୍ପାଦକ କବି ସୁଶାନ୍ତ ନାୟକ, ଆମ୍ବୁସ ମ୍ୟାନ ଅକ୍ଷୟ କୁମାର ଦାଶ ,ସୀମାଞ୍ଚଳ କର ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ।ଏହି ଅବସରରେ ବଂଶଧାରା ସାହିତ୍ୟ ସମାଜର ସଭାପତି ସୀମାଞ୍ଚଳ କରଙ୍କ ଉପନ୍ୟାସ ସମର୍ପିତା ଓ ଅଧ୍ୟାପକ ଶେଷସାୟୀ ସେନାପତିଙ୍କ କବିତା ସଂକଳନ ତିର୍ଥପାଦ ,ଅଶ୍ଵିନୀ ତ୍ରୀପାଠୀ ଙ୍କ ସୂକ୍ତିମାଳା ଓ ଥ୍ରୋନ ବେନ ଦି ରୋଜ ପୁସ୍ତକ ଅତିଥିଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା। ‘ଅପରାହ୍ନ’ର ସମ୍ପାଦକ ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ସଂଗଠନର ରାଜ୍ୟ ସଭାପତି ବଂଶୀଧର ଜେନା ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ।କାର୍ଯ୍ୟକ୍ରମ ର ଦ୍ୱିତୀୟ ପର୍ଯ୍ୟାୟ ରେ କବିତା ଆସର ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ବିଶିଷ୍ଟ କଣ୍ଠ ଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ଙ୍କ ସହ କବି ଦ୍ୱତୀ ଚନ୍ଦ୍ର ସାହୁଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲା ସଂଯୋଜକ ଅଶ୍ୱିନୀ କୁମାର ତ୍ରିପାଠୀ ଓ ସହ-ସଂଯୋଜିକା ଅଧ୍ୟାପିକା ମାଧୁରୀ ମିଶ୍ରଙ୍କ ଉଦ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦୁର୍ଗାପ୍ରସାଦ ଶତପଥୀ ମଞ୍ଚ ସଂଯୋଜନା କରିଥିବା ବେଳେ ଶିକ୍ଷକ ଉମା ଶଙ୍କର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମକୁ ରମେଶ ମିଶ୍ର, ସାମ୍ବାଦିକ ଦୀପକ କୁମାର ପଣ୍ଡା,ନୀଳମାଧବ ଦାଶ,ସୁଭାଷିନୀ ମିଶ୍ର ଓ ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ