ବିକଶିତ ଓଡିଶା ଓ ବିଛିନ୍ନାଞ୍ଚଳର ସମସ୍ୟା ଶୀର୍ଷକ ଆଲୋଚନାଚକ୍ର

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ଉତ୍କଳଗୈାରବ ମଧୁସୁଦନ ଦାସ ବିଚାରମଞ୍ଚ,ଓଡିଶା କେନ୍ଦ୍ରାପଡା ଶାଖା ପକ୍ଷରୁ ମଞ୍ଚର ଆବାହକ କେଦାରନାଥ ସାମନ୍ତରାୟଙ୍କ ସଭାପତିତ୍ୱରେ ‘ବିକଶିତ ଓଡିଶା ଓ ବିଛିନ୍ନାଞ୍ଚଳର ସମସ୍ୟା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରର ପ୍ରାରମ୍ଭରେ ସ୍ୱାଧୀନତା ସଂଗ୍ରାମୀ ପ୍ରଚଣ୍ଡବାଗ୍ମୀ ଯଦୁମଣି ମଙ୍ଗରାଜଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ପ୍ରାକ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ମଧୁବାବୁଙ୍କ ଆଦର୍ଶ, ଯଦୁମଣି ମଙ୍ଗରାଜ ଓ ରାଧାକ୍ରିଷ୍ଣନଙ୍କ ଜାତି ଓ ଦେଶ ପାଇଁ ତ୍ୟାଗ ଏବଂ ତପସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ବିକଶିତ ଓଡିଶାର ବିକଳଚିତ୍ର ଓ ବିଛିନ୍ନାଞ୍ଚଳର ବିଭିନ୍ନ ସମସ୍ୟା ଉପରେ ପ୍ରାଞ୍ଜଳ ଭାବରେ ଆଲୋଚନା କରିଥିଲେ। ରାଜ୍ୟ ବିଚାରମଞ୍ଚ ପକ୍ଷରୁ ପ୍ରଫେସର ଅଦ୍ୱୈତ ପାତ୍ର ଯୋଗଦେଇ ବିକଶିତ ଓଡିଶା ଓ ବିଛିନ୍ନାଞ୍ଚଳର ସମସ୍ୟା ଉପରେ ବିଶେଷ ଆଲୋଚନା କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫେସର ନିରୋଦ ଦାସ, ଡ. ସର୍ବେଶ୍ୱର ସେଣ, ପ୍ରଫେସର ଉପେନ୍ଦ୍ର ପ୍ରଧାନ, ଡ. ଚୈତନ୍ୟ ଚରଣ ପରିଡା, ମୁରଲୀଧର ପାତ୍ର, ରମଣୀରଞ୍ଜନ ରାଉତରାୟ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କରିଲୋପାଟଣା କଲେଜ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପେନ୍ଦ୍ରନାଥ ନାୟକ, ପଦ୍ମଚରଣ ସାମନ୍ତରାୟ, ଆପଦ ସାମଲ, ଆଦିକନ୍ଦ ରାଉଳ, ଲିଙ୍ଗରାଜ ଶତପଥୀ, ନୃସିଂହ ଚରଣ ପରିଡା, ନରେଶ ମହାନ୍ତି, ବଟକୃଷ୍ଣ ପାଢୀ, ବିଚିତ୍ରମଞ୍ଜରୀ ତ୍ରିପାଠୀ,ପ୍ରମୋଦ ମହାପାତ୍ର, ସନାତନ ବେହେରା ପ୍ରମୁଖ ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଜିଲ୍ଲା ସଂଯୋଜକ ଦେବେନ୍ଦ୍ର ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ