ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ସମ୍ପର୍କିତ ବେଠକ
ବାଲେଶ୍ୱର(ଓ୍ବାଇଏନଏସ): ବାଲେଶ୍ଵର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶିଶୁ ଶ୍ରମିକ ମୁକ୍ତ ବାଲେଶ୍ୱର ଏବଂ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ” ସଂକ୍ରାନ୍ତୀୟ ଏକ ସଭା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀଯୁକ୍ତ ହେମନ୍ତ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଅଛି I ପ୍ରାରମ୍ଭରୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀଯୁକ୍ତ ସଂଜୟ କେଶରୀ ପ୍ରଧାନ ସଭାକୁ ସମ୍ବୋଧନ କରି ସଭାର ଗୁରୁତ୍ୱାରୋପ ଉପରେ ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ I ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଶିଶୁ ଶ୍ରମିକ ନିରୋଧ ଏବଂ ଶିଶୁ ଶ୍ରମ ମୁକ୍ତ ବାଲେଶ୍ୱର ଉପରେ ଧ୍ୟାନ ଆକର୍ଷଣ କରି ଶପଥ ପାଠ କରାଇଥିଲେ I ଉପସ୍ଥିତ ସମସ୍ତ ଅଧିକାରୀ ଏହି ସଂକ୍ରାନ୍ତରେ ଶପଥ ଗ୍ରହଣ କରିଥିଲେ I ଶ୍ରମ ଅଧିକାରୀଙ୍କ ସଂକ୍ଷିପ୍ତ ଟିପ୍ପଣୀ ପରେ କାର୍ଯ୍ୟାଳୟ ତରଫରୁ ଶିଶୁ ଶ୍ରମ ମୁକ୍ତ ଉପରେ ଏକ ଛୋଟ ଭିଡିଓ ପ୍ରଦର୍ଶୀତ କରାଯାଇଥିଲା I ଶିଶୁ ଶ୍ରମ ମୁକ୍ତ ଆଇନର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରା ଯାଇଥିଲା I ପରିଶେଷରେ ପ୍ରଶ୍ନ ଉତ୍ତର ସମୟରେ ଟାସ୍କ ଫୋର୍ସ ର ସମସ୍ତ ସଦସ୍ୟ ସକ୍ରିୟ ଅଂଶଗ୍ରଣ କରି ବିଭିନ୍ନ ସମସ୍ୟା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ I ବିଭିନ୍ନ NGO ସଂଘଟନ ପରବର୍ତ୍ତୀ ସଭାରେ ରେଳବାଇ ପୋଲିସକୁ ଅନ୍ତର୍ଭୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ, ଫଳରେ ରେଳ ଗାଡ଼ିରେ ଚୋରା ଚାଲାଣ ହେଉଥିବା ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ସହ ଥଇଥାନ କରାଯାଇ ପାରିବ ବୋଲି ଗୁରୁତ୍ୱାରୋପ କରିଥିଲେ I ଏହି ସଭାରେ ଡେପୁଟୀ ଜିଲ୍ଲାପାଳ, ଜିଲ୍ଲା ସହ ଶ୍ରମ ଅଧିକାରୀ ସୈଳସୂତା ଦାସ ଏବଂ ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସହକାରୀ ଶ୍ରମ ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଶ୍ରମିକ ସଂଗଠନ, ଚାଇଲ୍ଡ ଲାଇନର ସଦସ୍ୟ ଏବଂ ଅନ୍ୟାନ୍ୟ ସଦସ୍ୟମାନେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ I ପରି ଶେଷରେ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରାଯାଇଥିଲା I


