ବୃକ୍ଷରୋପଣ ସହ ଭିନ୍ନକ୍ଷମଙ୍କୁ ମିଠା ବାଣ୍ଟି ଜନ୍ମଦିନ ପାଳିଲେ ରଞ୍ଜନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ) :ବୃକ୍ଷରୋପଣ ସହ ଭିନ୍ନକ୍ଷମ ପିଲାଙ୍କୁ ମିଠା ବାଣ୍ଟି ଜନ୍ମଦିନ ପାଳିଛନ୍ତି ସମାଜସେବୀ ରଞ୍ଜନ। କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ପଞ୍ଚାୟତ ସୋବଳା ଗ୍ରାମର ରଞ୍ଜନ ଆଜି ଜନ୍ମଦିନ ଉପଲକ୍ଷେ ସକାଳୁ ମା’ ପଥରକଣି ଠାକୁରାଣୀଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିବା ସହ ପଞ୍ଚାୟତବାସୀଙ୍କ ମଙ୍ଗଳ କାମନା କରିଛନ୍ତି। ଏହି ପରିପ୍ରେକ୍ଷୀରେ ମନ୍ଦିର ପରିସରରେ ପରିବେଶ ସୁରକ୍ଷା ପାଇଁ ଫଳ ବୃକ୍ଷରୋପଣ କରିଛନ୍ତି। ପରେ ଜନ୍ମଦିନକୁ ଆହୁରି ସରସସୁନ୍ଦର କରିବା ପାଇଁ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ମିଠା ବାଣ୍ଟିି ନିଜ ଜନ୍ମଦିନକୁ ପିଲାମାନଙ୍କ ଗହଣରେ ପାଳିଛନ୍ତି। ଆଜି କାଲି ପ୍ରକୃତି ତାର ସନ୍ତୁଳନ ରଖୁନି। ଅବାଧ ଭାବେ ଗଛ କଟା ଯାଉଥିବାରୁ ପ୍ରାକୃତିକ ଦୁର୍ବିପାକ ଘଟୁଛି। ଆଜିର ସମୟରେ ଗଛ ଲଗାଇବା ନିହାତି ଆବଶ୍ୟକ ହୋଇପଡିଛି। ସରକାରୀ ବେସରକାରୀ ସବୁ ସ୍ତରରେ ପରିବେଶ ସୁରକ୍ଷା ପାଇଁ ଗଛ ଲଗାଇବା ପାଇଁ ପ୍ରଚାର ପ୍ରସାର କରାଯାଉଛି। ପ୍ରତିବର୍ଷ ଗଛ ଲଗେଇବା ଓ ଗଛ ଚାରା ବଣ୍ଟନ କରିବା ଭଳି ବିଭିନ୍ନ କାର୍ଯ୍ୟକ୍ରମ ରଞ୍ଜନ କରିଥାନ୍ତି। ନିଜ ବାପା ମା’ ଓ ସମାଜ ଠାରୁ ଦୁରେଇ ରହୁଥିବା ମାନସିକ ଭିନ୍ନକ୍ଷମ ପିଲାମାନେ ଟିକିଏ ଖୁସି ପାଇଁ ବ୍ୟାକୁଳ ହେଉଛନ୍ତି। ତେଣୁ ସେମାନଙ୍କ ଗହଣରେ ଜନ୍ମଦିନ ପାଳିଲେ ଅନେକ ଆନନ୍ଦ ମିଳିଥାଏ ବୋଲି କହିଛନ୍ତି ସମାଜସେବୀ ରଞ୍ଜନ। ଆଜିର ବୃକ୍ଷରୋପଣ କାର୍ଯ୍ୟରେ ଦିବାକର ବିଶ୍ୱାଳ,ଚତୁର୍ଭୁଜ ମଳିକ, ମହନି ମଳିକ, ଅଶୋକ ସାହୁ, କୃଷ୍ଣଚନ୍ଦ୍ର ସାହୁ ପ୍ରମୁଖ ରଞ୍ଜନଙ୍କୁ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ