କଟକ ମହାନଗର ନିଗମର ପୂର୍ବତନ ମେୟରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କଟକ, (ଓ୍ବାଇଏନଏସ): କଟକ ମହାନଗର ନିଗମର ପୂର୍ବତନ ମେୟର ସ୍ୱର୍ଗତ ସୌମେନ୍ଦ୍ର କୁମାର ଘୋଷଙ୍କ ବିୟୋଗରେ ଆଜି କଟକସ୍ଥିତ ଶହୀଦ ଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗମ୍ଭୀର ଓ ଭାବବିହ୍ୱଳ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ କଟକ ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତି, ପୂର୍ବତନ ଓ ବର୍ତ୍ତମାନର ଜନପ୍ରତିନିଧି, ରାଜନୈତିକ ନେତୃବୃନ୍ଦ, ସାମାଜିକ କର୍ମୀ, କର୍ପୋରେଟର, ୱାର୍ଡ ସଭାପତି, କଟକ ମହାନଗର ନିଗମର ଅଧିକାରୀ ଓ କର୍ମଚାରୀଙ୍କ ସମେତ ବହୁ ଶୁଭେଚ୍ଛୁ ଯୋଗଦେଇ ସ୍ୱର୍ଗତ ଘୋଷଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସଭା ଆରମ୍ଭରେ ସ୍ୱର୍ଗତ ସୌମେନ୍ଦ୍ର କୁମାର ଘୋଷଙ୍କ ସ୍ମୃତିଚାରଣ କରାଯାଇ ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଉପସ୍ଥିତ ବକ୍ତାମାନେ ସ୍ୱର୍ଗତ ଘୋଷଙ୍କ ସରଳ, ନିର୍ମଳ ଓ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ସହିତ ତାଙ୍କର ଜନସେବା ପ୍ରତି ନିଷ୍ଠା, କଟକ ସହର ପ୍ରତି ତାଙ୍କର ଆତ୍ମୀୟତା ଏବଂ ମହାନଗର ନିଗମର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ସୌମେନ୍ଦ୍ର କୁମାର ଘୋଷ କେବଳ କଟକ ମହାନଗର ନିଗମର ଜଣେ ପୂର୍ବତନ ମେୟର ନୁହେଁ, ବରଂ କଟକର ସାମାଜିକ ଓ ଜନଜୀବନ ସହିତ ଗଭୀର ଭାବେ ଜଡ଼ିତ ଥିବା ଜଣେ ଜନସେବକ ଥିଲେ। ତାଙ୍କର ଜନସାଧାରଣଙ୍କ ପ୍ରତି ଆନ୍ତରିକତା, ସହଯୋଗୀ ମନୋଭାବ ଓ କଟକର ସାମଗ୍ରିକ ଉନ୍ନତି ପାଇଁ ତାଙ୍କର ଚିନ୍ତାଧାରା ଆଗାମୀ ପିଢ଼ି ପାଇଁ ମଧ୍ୟ ପ୍ରେରଣା ହୋଇ ରହିବ। ତାଙ୍କର ବିୟୋଗ କଟକ ସହର ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଶ୍ରଦ୍ଧାଞ୍ଜଳି ସଭାରେ ମାନ୍ୟବର କଟକ ମେୟର ଶ୍ରୀ ସୁବାସ ସିଂହ, ପୂର୍ବତନ ମନ୍ତ୍ରୀ ଶ୍ରୀ ଦେବୀ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କଟକ ମହାନଗର ନିଗମ କମିଶନର ସୁଶ୍ରୀ କିରଣଦୀପ କୌର ସହୋତା,ଜଷ୍ଟିସ୍ ମନୋରଞ୍ଜନ ମହାନ୍ତିମ କଂଗ୍ରେସ ନେତା , , ବିଜୁ ଜନତା ଦଳ କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂ, ବିଜୁ ଜନତା ଦଳ କଟକ ମହାନଗର ସାଙ୍ଗଠନିକ ଜିଲ୍ଲା ସଭାପତି ଆଇନଜୀବୀ ସ୍ୱଦେଶ ଦାସ , ଶ୍ରୀ ବିଶ୍ୱଜିତ ମହାନ୍ତି, ଶ୍ରୀ ସୁରେଶ ମହାପାତ୍ର,ବିଶିଷ୍ଟ ସମାଜସେବୀ ଶ୍ରୀ ଚିତ୍ତ ରଞ୍ଜନ ମହାନ୍ତି, ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀମତୀ ସ୍ମୃତି ପଟ୍ଟନାୟକ, ପୂର୍ବତନ ମେୟର ଶ୍ରୀମତୀ ଅନିତା ବେହେରା , ଆଇନିଜୀବି ଆମେରେନ୍ଦ୍ର ସାହୁ ,ଶ୍ରୀ ବିଶ୍ୱାବସୁ ଦାସ ,ଆଇନିଜୀବି ଶ୍ରୀ ଧରଣୀଧର ନାୟକ ,ଶ୍ରୀ ଧର୍ମେଶ ନାୟକଶାନ୍ତିକମିଟି ସଭାପତି ଦେବେନ୍ଦ୍ର ସାହୁ , ପୂର୍ବାଞ୍ଚଳ ଶାନ୍ତି ସମିତି ସଭାପତି ବିଜୟ ସାହୁ ,ପୂର୍ବତନ ଭାଇସ ଚେୟାରମାନ ପୁଷ୍ପା ସାମଲ , ଶ୍ରୀ ରମଜାନ ଖାନ,, ଶ୍ରୀ ପ୍ରଦୀପ ସିହ୍ନା, ଶ୍ରୀ ନନ୍ଦଲାଲ ଶର୍ମା , ଶ୍ରୀ ଜୟଦେବ ଜେନା , ଶ୍ରୀ ସଞ୍ଜୟ ବରାଳ ,ଶ୍ରୀ ପ୍ରଶାନ୍ତ ନାୟକ , ରାଜକୁମାରୀ ସ୍ୱାଇଁ , ବାରବାଟୀ କଟକ ବିଧାୟିକା ଙ୍କ ପ୍ରତିନିଧି ଶ୍ରୀ କେଦାର ପୃଷ୍ଟି , ଶ୍ରୀ ଷୌମିତ୍ର ମିତ୍ର ,ଜଗନ୍ନାଥ ସ୍ୱାଇଁ , ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷା ଶ୍ରୀମତୀ ମୋନାଲିଶା ଦାସ , ଶ୍ରୀମତୀ ଏ.ଶ୍ରୀଦେବୀ , କର୍ପୋରେଟର ଶ୍ରୀ ବିକାଶ ରଞ୍ଜନ ବେହରା , ଶ୍ରୀ ପ୍ରଦୀପ କୁମାର ସାହୁ , ଶ୍ରୀ ଚନ୍ଦନ ଜେନା, ଶ୍ରୀମତୀ ପୁଷ୍ପିତା ମହାନ୍ତି ,ଶ୍ରୀମତୀ ଇତିଶ୍ରୀ ଦାସ ,ଶ୍ରୀମତୀ ଅରୁନ୍ଧତୀ କର,ଶ୍ରୀମତୀ ଦିପଞ୍ଜଳି ସିଂ ,ଶ୍ରୀମତୀ ଆରତୀ ସାହୁ , ଶ୍ରୀମତୀ ବନଲତା ପ୍ରଧାନ ,ଶ୍ରୀମତୀ ରିତାଞ୍ଜଳୀ ସାହୁ , ସମସ୍ତ ୱାର୍ଡ ସଭାପତି, ଶ୍ରୀ ବିଶ୍ୱନାଥ ଧୀର, ଶ୍ରୀ ଦିବାକର ସ୍ୱାଇଁ , ଶ୍ରୀ ଦେବେନ୍ଦ୍ର କାହାଳି, ଶ୍ରୀ ପ୍ରଫୁଲ୍ଲ ସାହୁ , ଶ୍ରୀ ଲାଳପ୍ରତାପ ରାୟ, ଶ୍ରୀ ସୌମ୍ୟ ଦର୍ଶନ ବେହେରା, ଶ୍ରୀ ପ୍ରଫୁଲ ବେହେରା , ଶ୍ରୀ କୌଶିକ ଜେନା , ଶ୍ରୀମତୀ ରଂଜିତା କାହାଳି , ଶ୍ରୀମତୀ ସଂଗୀତ ଦାସ , ଶ୍ରୀ ପ୍ରଦୀପ ବେହେରା , , ଶ୍ରୀ ଦୁର୍ଗା ସାହୁ , ଶ୍ରୀମତୀ ସ୍ମିତା ମୂଳିଆ , ଶ୍ରୀ ଅମୁଲ୍ୟ ଦାସ , ଶ୍ରୀ ସୁମନ ବେହେରା ,ଶ୍ରୀମତୀ ସୁମିତ୍ରା ସାହୁ , ଶ୍ରୀମତୀ ସୂର୍ଯ୍ୟମଣି ବେହେରା , ଶ୍ରୀ ସୁଦାମ ପରିଡା , ଶ୍ରୀ ପରେସ ନାଥ ଦାସ , ଶ୍ରୀ ମନସୁର ମୁସ୍ତାକ ,ଶ୍ରୀ ସମ୍ପଦ ମଲ୍ଲିକ ବିଜୁ ଜନତା ଦଳ ର ବରିଷ୍ଠ କର୍ମୀ ଏବଂ ନେତୃବୃନ୍ଦ , କଟକ ମହାନଗର ନିଗମ ର ଅଧିକାରୀ ଏବଂ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହିତ କଟକ ମହାନଗର ନିଗମର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ୱର୍ଗତ ମେୟରଙ୍କ ସ୍ମୃତିଚାରଣ କରିଥିଲେ। ସମସ୍ତେ ସ୍ୱର୍ଗତ ଘୋଷଙ୍କ ଜନସେବାମୂଳକ କାର୍ଯ୍ୟ, ସରଳ ଜୀବନଶୈଳୀ ଓ କଟକ ସହର ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରିଥିଲେ। ଶେଷରେ ଉପସ୍ଥିତ ସମସ୍ତେ ସ୍ୱର୍ଗତ ସୌମେନ୍ଦ୍ର କୁମାର ଘୋଷଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିଲେ। କଟକ ସହରର ଉନ୍ନତି ଓ ଜନସେବା କ୍ଷେତ୍ରରେ ସ୍ୱର୍ଗତ ଘୋଷଙ୍କ ଅବଦାନ ଓ ସ୍ମୃତି ସର୍ବଦା ଅମ୍ଳାନ ହୋଇ ରହିବ ବୋଲି ସଭାରେ ମତ ପ୍ରକାଶ ପାଇଥିଲା।


