ଟ୍ରକ୍ ବାଇକ୍ ଉପରେ ମାଡିଯିବାରୁ ବାଇକ ଆରୋହୀ ମୃତ
ଧାମନଗର(ଓ୍ବାଇଏନଏସ): ଧାମନଗର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥ ତଥା ବିଷ୍ଣୁପୁର ଛକ ନିକଟରେ OD34 V 6070 ନମ୍ବର ଟ୍ରକ୍ ବାଇକ୍ ଉପରେ ମାଡିଯିବାରୁ ବାଇକ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ ଘଟିଛି। ସ୍ଥାନୀୟ ଲୋକମାନେ ଟ୍ରକକୁ ଅଟକାଇବା ସହ କ୍ଷତିପୂରଣ ଦାବିରେ ଦୀର୍ଘ ସମୟ ଧରି ରାଜପଥ ଅବରୋଧ କରିଥିଲେ। ଉକ୍ତ ସ୍ଥାନରେ ଉତ୍ତେଜନା ଲାଗି ରହିଥିବା ବେଳେ ରାଜପଥର ଉଭୟ ପାର୍ଶ୍ୱରେ ପ୍ରବଳ ଗାଡ଼ି ଅଟକି ରହିଥିଲା। ଖବର ପାଇ ଭଦ୍ରକ ଅତିରିକ୍ତ ଏସପି ଅଂଶୁମାନ ଦ୍ୱିବେଦୀ,ଧାମନଗର ଏସଡିପିଓ କୃଷ୍ଣ ବାରିକ,ଥାନା ଏସଆଇ ନାରାୟଣ ନାୟକ,କାର୍ତ୍ତିକ ଜେନା,ଏଏସଆଇ ନରେନ୍ଦ୍ର ରାଉତ ଓ ପୋଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଦାବି ପୂରଣ ପ୍ରତିଶ୍ରୁତି ଦେବା ପରେ ରାଜପଥ ଅବରୋଧ ହଟାଥିଲା। ତେବେ ସୂଚନା ଅନୁଯାୟୀ ମୃତ ଯୁବକ ଜଣକ ହେଉଛନ୍ତି କେନ୍ଦୁଆପଦା ଗୋବିନ୍ଦପୁର ପଞ୍ଚାୟତ ପାଟଣା ସାହିଗ୍ରାମର ଅଶୋକ ସେଠୀ ବୋଲି ଜଣାପଡିଛି। ପୋଲିସ ଶବ ଜବତ କରି ଆମ୍ବୁଲାନ୍ସରେ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଯାଇଥିବା ସୂଚନା ମିଳିଛି। ଧାମନଗର ଥାନା କେସ ନଂ ୩୯୫/୨୬ରେ ଏକ ମାମଲା ରୁଜୁ କରି ଏଏସଆଇ ନରେନ୍ଦ୍ର କୁମାର ରାଉତ ଅଧିକ ତଦନ୍ତ ଦାୟିତ୍ୱ ନେଇଛନ୍ତି।


