ଗୌସ-ଏ-ପାକ୍ ଙ୍କ ଏଗାଉଈ ସରିଫ୍ ଫାତିଆ ଆରମ୍ଭ

ଧାମନଗର (ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ପୀରବାବା ଗୌସ-ଏ-ପାକ୍ ଙ୍କ ଏକ ମାସର ଏଗାଉଈ ସରିଫ୍ ଫାତିଆ ଓ ଜଲସା କାର୍ଯ୍ୟକ୍ରମ ସହ (ଲଙ୍ଗର) ଭୋଗ ବଣ୍ଟନ ବିଭିନ୍ନ ସାହିବସ୍ତିରେ ରବିବାର ଠାରୁ ଆରମ୍ଭ ହୋଇଛି। ଏହି ଅବସରରେ ପ୍ରସିଦ୍ଧ ପୀଠ ଖାନକା ସରିଫ୍ ଏବଂ ହବେଲି ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ଓ ନିଜ ନିଜର ଘରର ପ୍ରାୟ ବ୍ୟକ୍ତି ବିଶେଷ ପକ୍ଷରୁ ଗୌସ-ଏ-ପାକ୍ ଫାତିଆ ସହ ଜଲସା କାର୍ଯ୍ୟକ୍ରମ ଓ ନାତିୟା ପ୍ରତିଯୋଗିତା ପୁରସ୍କାର ବିତରଣ କରାଯାଇଛି। ରବିବାର ସନ୍ଧ୍ୟାରେ ଧାମନଗର କୋରେସି ମହଲା ଛକ ଗରାଣିଆ ନିକଟସ୍ଥ (ହବିବି ନେଜାମୀ କପ୍ଲେକ୍ସ) ପରିସରରେ ଏମଡି ତାଜୁଦ୍ଧିନ ହବିବିଙ୍କ ତତ୍ତ୍ୱାବଧାନରେ ଗୌସ-ଏ-ପାକ୍ ଫାତିଆ ଓ ଜଲସା କାର୍ଯ୍ୟକ୍ରମରେ ମୌଲାନା ଏବଂ ସାଏରଙ୍କ ମଧ୍ୟରେ ନାତିୟା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବ୍ୟକ୍ତିଙ୍କୁ କମିଟି ତରଫରୁ ଅତିଥି ମାନଙ୍କ ଦ୍ୱାରା ଉପଢୌକନ,ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସେମାନଙ୍କୁ ପୁରସ୍କାର ଦିଆଯାଇଛି। ସାମ୍ବାଦିକ ଗୋଲାମ ଜିଲାନି ହବିବି,ସେକ ଜାଫର ଅଲ୍ଲୀ ହବିବି,ସେକ ଅବଦୁଲ ହାକିମ,ସେକ ସିରାଜୁଦ୍ଦିନ,ସେକ ଅବଦୁଲ ମତିନ,ସେକ ସବବିର,ସେକ ମୁରତୁଜା,ସେକ ଆସପାକ୍ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଲୋକମାନେ ନିଜ ନିଜର ସକ୍ଷମ ଅନୁସାରେ ଏହି ଫାତିଆ କରି (ଲଙ୍ଗର)ଭୋଗ ବଣ୍ଟନ କରିଥାନ୍ତି। ତେବେ ଧାମନଗର,ଦୋବଲ,ପନ୍ଦରବାଟିଆ, ଗୁଡିପୋଖରୀ,ଚୁଡାକୁଟି ଆଦି ବିଭିନ୍ନ ସ୍ଥାନରେ ମହା ସମାରୋହରେ ଏକ ମାସ ଧରି ଫାତିଆ ଚାଲିବ ବୋଲି ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ