ନୂଆଁଖାଇ ଲାଗି ସାଲେଭଟା ଗାଁରୁ ପାଟଣେଶ୍ୱରୀ ମନ୍ଦିରକୁ ପହଂଚିଲା ନୁଆଁ ଧାନ
ବଲାଙ୍ଗୀର(ଓ୍ବାଇଏନଏସ): ପ୍ରାଚୀନ ସଂସ୍କୃତି ଓ ପରମ୍ପରା କୁ ଉଦ୍ଜିବିତ କରିବା ପାଇଁ ଦେବାଳୟ ସୁରକ୍ଷା କମିଟି ର ପ୍ରୟାସ । ପୁରପଲ୍ଲିରୁ ନୂଆଁଖାଇ ପାଇଁ ସହର ବେଶ ଚଳଚଂଚଳ ଥିବା ବେଳେ ପାଟଣା(କୋଶଳ) ରାଜ୍ୟର ଇଷ୍ଟଦେବୀ ତଥା ୪୮ପାଟ ଅର୍ଥାତ୍ ଗଡ ର ଅଧିଷ୍ଠାତ୍ରୀ ଦେବୀ ମାଁ ପାଟଣେଶ୍ୱରୀ ମନ୍ଦିରକୁ ନୂଆଁଖାଇ ପାଇଁ ସାଲେଭଟା ଗାଁ ରୁ ଦେବୀଙ୍କ ଚାଷ ଜମିରୁ ନୂଆଁ ଧାନ ଓ ପାହୁର ପାଟଣେଶ୍ୱରୀ ମନ୍ଦିରକୁ ପହଂଚିଲା । ବଲାଙ୍ଗିର ସହରର ଲୋକନାଥ ମନ୍ଦିର ରୁ ଶୋଭାଯାତ୍ରା ରେ ବାହାରି ପାଟଣେଶ୍ୱରୀ ମନ୍ଦିରକୁ ପହୁଂଚିଲା । ମନ୍ଦିର ପୂଜକ ଅଭିଳାଷ ଦିସ୍ରୀ ସବୁ ସାମଗ୍ରୀକୁ ବେଦମନ୍ତ୍ର ସହ ଆନୁଷ୍ଠାନିକ ଭାବେ ଗ୍ରହଣ କରିଥିଲେ । ପାଟଣେଶ୍ୱରୀ ଦେବୀ ପ୍ରଥମେ ଲଗ୍ନ ଅନୁସାରେ ନବାନ୍ନ ଅର୍ପଣ କରିବା ପାଇଁ ଯାହା ନିତି ର୍ନିଘଣ୍ଟ ରହିଛି ସେହି ସମୟରେ ମାଁ ଙ୍କୁ ନବାନ୍ନ ଲଗାଯିବ । ଏହି ଅବସରରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଭକ୍ତମାନଙ୍କ ପାଇଁ ୨ହଜାରରୁ ଅଧିକ ନବାନ୍ନ ବଣ୍ଟନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଆଜି ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ଓ ସାଲେଭଟା ଗ୍ରାମର ମନ୍ଦିର କମିଟି ସାମିଲ ଥାଇ ବିଭିନ୍ନ ସାମଗ୍ରୀ ସହ ନୂଆ ଧାନ, ପୂଜା ସାମଗ୍ରୀ ଓ ପାହାର ମନ୍ଦିରକୁ ଅର୍ପଣ କରାଯାଇଥିଲା । ମାଁ ଙ୍କୁ ପୂଜାର୍ଚ୍ଚନା ପାଇଁ ସାଲେଭଟା ଗ୍ରାମର ନିମାଇଁ ମହାକୁର, ଅଜିତ ମେହେର ସ୍ୱତନ୍ତ୍ର ଧାନ ଆଣିଥିଲେ । ଏହି କାର୍ଯ୍ୟକ୍ରମ ରେ ସଂସ୍କୃତି ଗବେଷକ ଡ.ଘାସିରାମ ମିଶ୍ର, ବିଶିଷ୍ଟ ଲେଖକ ଜୟ କୁମାର ଆଚାର୍ଯ୍ୟ ଙ୍କ ଉପସ୍ଥିତି ରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟିର ସଭାପତି ଜୟକୃଷ୍ଣ ମିଶ୍ର, ସଂପାଦକ ପ୍ରଶାନ୍ତ ମହାକୁର, ଭବାନୀ ଶଙ୍କର ଭୋଇ, ଅରୁଣ କୁମାର ମିଶ୍ର, ରିଣ୍ଟୁ ସାହୁ, ଶମ୍ଭୁ ପ୍ରସାଦ ଶତପଥି, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଓକିଲ ବିଜୟ କୁମାର ମିଶ୍ର, ସାତ୍ତ୍ୱିକ ଆଚାର୍ଯ୍ୟ ଓ ବଲାଙ୍ଗିର ସହରର ବହୁ ବୁଦ୍ଧିଜିବୀ ଅଂଶ ଗ୍ରହଣ କରିଥିଲେ ।


