ବିଭିନ୍ନ ସ୍ଥାନରେ ଶ୍ରୀ ଗଣେଶ ପୂଜା ଅନୁଷ୍ଠିତ
ବୁଗୁଡା,(ଅନୀଲ କୁମାର ମହାରଣା) : ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଶ୍ରୀ ଗଣନାଥଙ୍କ ଅନୁଷ୍ଠିତ ହୋଇଯାଇଛି । ବୁଗୁଡ଼ାର ପିପୁଲସ କଲେଜ, ଶ୍ରୀ ବଳଦବଜୀଉ ମହିଳା ମହାବିଦ୍ୟାଳୟ, ପିପୁଲସ ହାଇ ସ୍କୁଲ, ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ, ବାଳିପଦରର ଡିଗ୍ରୀ କଲେଜ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହାଇ ସ୍କୁଲ ଓ ଅନ୍ୟାନ୍ୟ ସରକାରୀ ଓ ଘରୋଇ ଶିକ୍ଷାନଷ୍ଠାନ, ମାଣିତରାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ହାଇ ସ୍କୁଲ ସମେତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଏବଂ ବ୍ଲକର ସମସ୍ତ ସରକାରୀ , ଅନୁଦାନପ୍ରାପ୍ତ, ଓ ଘରୋଇ ଶିକ୍ଷାୁଷ୍ଠାନରେ ଉତ୍ସାହର ସହ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିସହ ବୁଗୁଡା ସହରର ଅରବିନ୍ଦ ନଗର, ପ୍ରେମଚାନ୍ଦ ନଗର, ବଡଦାଣ୍ଡ ସାହି, ବିଭିନ୍ନ କୋଚିଙ୍ଗ ସେଣ୍ଟର ଓ ବୁଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀ ଗଣେଶ ପୂଜା ଉତ୍ସାହର ସହ ପାଳନ ହୋଇଯାଇଛି।


