ହାଟଡିହିର ବିଭିନ୍ନ ସ୍ଥାନରେ ଗଣେଶ ପୂଜା

ହାଟଡିହି, (ଓ୍ବାଇଏନଏସ): ହାଟଡିହି ବ୍ଲକ୍‌ର ବିଭିନ୍ନ ସ୍କୁଲ, କଲେଜ ଓ କ୍ଲବ୍‌ ମାନଙ୍କରେ ଆଜି ବିଘ୍ନ ବିନାଶନ ପ୍ରଭୁ ଗଣେଶଙ୍କ ପୂଜା ପାଳିତ ହୋଇଛି। ଶାସଙ୍ଗ ହାଇସ୍କୁଲ, ହାଟଡିହି କଲେଜ, ହାଟଡିହି ହାଇସ୍କୁଲ, ବଞ୍ଚୋ ବରାହି ହାଇସ୍କୁଲ, ଶାଳଣିଆଁ ହାଇସ୍କୁଲ, କଳିଗାଁ ହାଇସ୍କୁଲ, ନନ୍ଦିପଦାହାଟ ହାଇସ୍କୁଲ, ଢେଙ୍କା ହାଇସ୍କୁଲ, ମୁଗୁପୁର ହାଇସ୍କୁଲ, ବାଙ୍ଗୋର ବିପି ହାଇସ୍କୁଲ, ସେଣ୍ଟ ଜାଭିୟର ହାଇସ୍କୁଲ ଚଣ୍ଡୀବିରଞ୍ଚିପୁର, ବିଶ୍ଵତାରିଣୀ ମହିଳା ମହାବିଦ୍ୟାଳୟ, ଶାସଙ୍ଗ ଶିଖରେଶ୍ୱର କ୍ଲବ୍, ଗୋପାଳପୁର ଉଚ୍ଚ ପ୍ରାଥମିକ ସ୍କୁଲ, ଶାସଙ୍ଗ ବାଇଧର ନୋଡାଲ ସ୍କୁଲ  ସମେତ ସମସ୍ତ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ପାଳିତ ହୋଇଛି। ଶାସଙ୍ଗ ହାଇସ୍କୁଲଠାରେ ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜାରେ ଛାତ୍ରଛାତ୍ରୀଙ୍କ ସମେତ ବ୍ଲକର ବିଭିନ୍ନ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ସେଣ୍ଟ ଜାଭିୟର ହାଇସ୍କୁଲରେ ସଭାପତି ଇଂ ଉଦୟନାଥ କରଙ୍କ ସଂଯୋଜନାରେ ଅନୁଷ୍ଠିତ ପୂଜାରେ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ  ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ  ସାମିଲ ହୋଇଥିଲେ । ସେହିପରି ହାଟଡିହି ହାଇସ୍କୁଲରେ ପ୍ରଧାନଶିକ୍ଷକ ରଞ୍ଜନ ଘଡେଇଙ୍କ ସଂଯୋଜନା ରେ ପୂଜା ଅନୁଷ୍ଠିତ ହୋଇଥିବା ବେଳେ ଷଡ଼ଙ୍ଗରେ ପ୍ରଧାନ ଶିକ୍ଷକ ମୃତ୍ୟୁଞ୍ଜୟ ପଲେଇ, ମୁଗୁପୁର ଗାର୍ଲସ ହାଇସ୍କୁଲରେ ପ୍ରଧାନ ଶିକ୍ଷକ ନବଘନ ନାୟକଙ୍କ ସଂଯୋଜନା ରେ ପୂଜା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ