ଆଇଏଏସ୍ ଅଫିସର ବିଜୟ କେତନ ନିଲମ୍ବିତ
ଭୁବନେଶ୍ୱର : ଆଇ.ଏ.ଏସ ବିଜୟ କେତନ ଉପାଧ୍ୟାୟଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଛନ୍ତି। ୨୦୦୯ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଜୟ କେତନ। ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ବିଜୟ। ଲକ୍ଷେ ଟଙ୍କା ଲାଞ୍ଚ ନେଲା ବେଳେ ଧରିଥିଲେ ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ ବିଜୟ । ୨୦୦୯ ବ୍ୟାଚର ଆଇଏଏସ ଥିଲେ ବିଜୟ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁ ନିଆଯାଇଥିବା ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା । ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ ସତର୍କ ଦୃଷ୍ଟି ରଖାଯାଇଥିଲା ।


