ବଡ଼ସାହି ବ୍ଲକରେ ନବମ ଶ୍ରେଣୀ ମେଧାବୃତ୍ତି ପରୀକ୍ଷା

ବଡ଼ସାହି, (ନିରଞ୍ଜନ ମହାନ୍ତ):ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ଏବେ ନବମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀ ଆଜି ଜାତୀୟ ମେଧାବୃତ୍ତି ପରୀକ୍ଷା ଦେଇଥିବା ବେଳେ ବଡ଼ସାହି ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ମୋଟ ୧୪୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ସମଗ୍ର ବ୍ଲକରେ ସ୍ଥାନୀୟ ବଡ଼ସାହି ହାଇସ୍କୁଲ ରେ ଏକମାତ୍ର ପରୀକ୍ଷା କେନ୍ଦ୍ର ହୋଇଥିଲା।ଭାରପ୍ରାପ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ମନମୋହନ ହେମ୍ବ୍ରମଙ୍କ ନିର୍ଦ୍ଦେଶ କ୍ରମେ ଏବିଇଓ ଅଭିରାମ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ପରୀକ୍ଷାରେ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ମହାନ୍ତ ସୁପରିଟେଣ୍ଡେଣ୍ଟ ଦାୟିତ୍ଵ ନିର୍ବାହ କରିଥିଲେ।ଆଜିର ପରୀକ୍ଷାରେ ୧୫୧ ଜଣ ପରୀକ୍ଷା ଦେବାକୁ ଥିବାବେଳେ ୩ ଜଣ ଅନୁପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ