ମଥୁରା ପଞ୍ଚାୟତରେ “ସେବା ସେତୁ ଅଭିଯାନ – ୨୦୨୬”

ପୋଲସରା (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ୨୨/୯/୨୬ ତାରିଖ ଦିନ ମଥୁରା ଗ୍ରାମ ପଞ୍ଚାୟତ ଓ ପୋଲସରା ପଞ୍ଚାୟତ ସମିତି ଆନୁକୂଲ୍ୟରେ “ସେବା ସେତୁ ଅଭିଯାନ  ୨୦୨୬” କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ବିଡ଼ିଓ  ସୋନମ ବେହେରାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାଗରିକମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସୂଚନା ଦେବାସହ ସମସ୍ତ ସୁବିଧା ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ। ଏହି କାର୍ଯ୍ଯକ୍ରମ ଦ୍ୱାରା ହିତାଧିକାରୀମାନଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ। ଏହି ସେବା ସେତୁ ଅଭିଯାନ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ସଂଯୋଜିତ କରିବା, ଆବେଦନ ପ୍ରକ୍ରିୟାରେ ସହଯୋଗ କରିବା ଏବଂ ଆବଶ୍ୟକୀୟ ସହାୟତା ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଅବସରରେ  ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ଓ ଭତ୍ତା ବଣ୍ଟନ କରାଯିବା ସହ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ କରାଯାଇଥିଲା।  ଉକ୍ତ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଗୋପାଳ କୃଷ୍ଣ ପଣ୍ଡା, ମଥୁରା ପଞ୍ଚାୟତ ପିିଇଓ ହିତ୍ରିକ କୁମାର ପାତ୍ରଙ୍କ ସମେତ ସ୍ଥାନୀୟ ସରପଞ୍ଚ, ବିଭିନ୍ନ ବିଭାଗର ଅଧିକାରୀ, ଏମବିକେ, ସିଆରପି ପ୍ରଭୃତି କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ