ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଡ଼ମ୍ବୁ ହୁଇକାକୁ ଆଜୀବନ କାରାଦଣ୍ଡ

ଗୁଣପୁର (ୱାଇଏନଏସ): ୪ ବର୍ଷ ପୂର୍ବେ ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ଭାଇ ନିଜର ସାନଭାଇକୁ ହତ୍ୟା କରିଥିଲା। ଏହି ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମାମଲାର ବିଚାର କରି ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନକାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ଦୌରା ଓ ସେସନ୍‌ସ ଜଜ୍‌।  ଦୌରାଜଜ୍ ଦାମୋଦର ରଥ ସମସ୍ତ ସାକ୍ଷ୍ୟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ଡମ୍ବୁ ହୁଇକାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।  ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଶୁଣାଇଛନ୍ତି। ଜରିମାନା ଅନାଦେୟ ହେଲେ ଅତିରିକ୍ତ ୬ମାସ ଜେଲଦଣ୍ଡ ଭୋଗିବେ ବୋଲି ନେଇ  ନିଜ ରାୟରେ ଉଲ୍ଲେଖ କରିଛନ୍ତି। ଏହି ଘଟଣାରେ ନିଜ ପୁଅ ବିରୋଧରେ ବାପା ତେଲାଡି ହୁଇକା କଲ୍ୟାଣସିଂହପୁର ଥାନାରେ ଅଭିଯୋଗ କରିଥିଲେ। ମା’ ପାଲୁ ହୁଇକା ଗୁରୁତ୍ବପୂର୍ଣ ସାକ୍ଷ୍ୟ ପ୍ରଦାନ କରିଥିଲେ।   ମାମଲାର ବିବରଣୀ ଅନୁସାରେ, କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ  ଡମ୍ବୁ ଗ୍ରାମରେ  ୨୭ ଫେବ୍ରୁଆରୀ ୨୦୨୨ରେ ବଡଭାଇ ଡମ୍ବୁ ହୁଇକା ସାନଭାଇ ମିନ୍ଦୁରୁ ହୁଇକାଙ୍କୁ ଏକ ଟାଙ୍ଗିଆରେ ମୁଣ୍ଡ ଓ ଛାତିକୁ ହାଣି ଦେଇଥିଲେ । ଘଟଣାସ୍ଥଳରେ ହିଁ ସାନଭାଇର ମୃତ୍ୟୁ ଘଟିଥିଲା। ପରେ ଅଭିଯୁକ୍ତ ଡମ୍ବୁ ଭାଇର ମୃତଦେହକୁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଦେଇଥିଲେ । ଏହି ଘଟଣାରେ ମୃତକ ମିନ୍ଦୁରୁ ହୁଇକାଙ୍କ ମା’ଙ୍କ ସମେତ ୧୬ଜଣ ସାକ୍ଷୀ ପ୍ରଦାନ କରିଥିଲେ। ସରକାରଙ୍କ ତରଫରୁ ପବ୍ଲିକ ପ୍ରୋସିକ୍ୟୁଟର ବିକ୍ରମ କୁମାର କୁଣ୍ଡା ମାମଲା ପରିଚାଳନା କରିଥିଲେ। ପୁଲିସ ଅଧିକାରୀ ମୁକୁନ୍ଦଦେବ ନାୟକ ତଦନ୍ତ କରିଥିଲେ। ଏହି ଗୁରୁତ୍ବପୂର୍ଣ ରାୟରେ ନିଜ ମା’ ପୁଅ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିବାରୁ ପରିବାରକୁ ଭରଣପୋଷଣ ପାଇଁ ସରକାରଙ୍କ ତରଫରୁ ୨ଲକ୍ଷ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଜଜ୍ ଶ୍ରୀ ଦାମୋଦର ରଥ ନିଜ ରାୟରେ ଉଲ୍ଲେଖ  କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ