ପୋଲ ଉପରେ ପାଣି ଯାତାୟାତ ବାଧାପ୍ରାପ୍ତ

ନବରଙ୍ଗପୁର,(ୱାଇଏନଏସ): ବାତ୍ୟା ଅର୍ଣ୍ଣଭ ସ୍ଥଳଭାଗ ଛୁଇଁବା ପରେ ଲଗାଣ ବର୍ଷାରେ ନବରଙ୍ଗପୁର ଜିଲ୍ଲା ବେହାଲ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ନନ୍ଦହାଣ୍ଡି ବ୍ଲକ ଡଙ୍ଗରଭେଜା ଏବଂ ଦହଣା ଗାଁ ମଧ୍ୟରେ ଥିବା ବାଙ୍ଗିରି ପୋଲ ଉପରେ ତିନି ଫୁଟ ର ପାଣି ଚାଲୁଥିବା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେଭଳି ପାପଡାହାଣ୍ଡି ବ୍ଲକ ଜଟାବାଲ ନିକଟ ଆସ୍ଥାୟୀ ପୋଲ ଉପରେ ମଧ୍ୟ ପାଣି ଚାଲୁଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଙ୍ଗିରି ପୋଲ ଗୁଡିକ ଉପରେ ପାଣି ପ୍ରବାହିତ ହେବା ଫଳରେ ଉକ୍ତ ରାସ୍ତା ଦେଇ ଜିଲ୍ଲା ମୁଖ୍ୟାଳୟ ସହିତ ତିନୋଟି ପଞ୍ଚାୟତ ଦହଣା, ଜଗନ୍ନାଥପୁର, ଝାଡବନ୍ଧଗୁଡା ଯୋଗାଯୋଗ ବିଛିନ୍ନ ହୋଇଛି । ଏହି ରାସ୍ତା ନନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ଓ ଜିଲ୍ଲା ମୁଖ୍ୟାଳୟ କୁ ସଂଯୋଗ କରୁଥିବା ଏକ ମାତ୍ର ମୁଖ୍ୟ ରାସ୍ତା ହୋଇଥିବା ବେଳେ ପୋଲ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ନିଜ ଜରୁରୀ କାମ ରେ ନବରଙ୍ଗପୁର ଯାଉଥିବା ଲୋକେ ପୋଲ ଉପରେ ଯାତାୟାତ କରି ନ ପାରି ପୋଲର ଉଭୟ ପାର୍ଶ୍ୱ ରେ ଛିଡା ହୋଇଛନ୍ତି । ସେଭଲି ନବରଙ୍ଗପୁର ଏବଂ ଉମରକୋଟ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହେବାଦ୍ୱାରା ଯାତ୍ରୀ ମାନେ ମୈଦଲପୁର ଦେଇ ଉମରକୋଟ ଯିବାକୁ ପଡୁଛି। ବ୍ଲକ ପ୍ରଶାସନ ପକ୍ଷରୁ ପୋଲ ଉପର ଦେଇ କେହି ଯେଭଳି ଯାତାୟାତ ନ କରନ୍ତି ସେଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ସିଲ କରାଯାଇଛି । ପୋଲିସ ମୁତୟନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ