ପୁରୁଣାବନ୍ଧ ଓଡିଆରପି କଲୋନୀରେ ପଶିଲା ନଦୀ ପାଣି
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା):ଲଗାଣ ବର୍ଷା ସାଙ୍ଗକୁ ଋଷିକୂଲ୍ୟା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଛତ୍ରପୁର ଉପକଣ୍ଠ ତଥା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣାବନ୍ଧ ଓଡିଆରପି କଲୋନୀରେ ଗୁରୁବାର ରାତିରେ ଋଷିକୂଲ୍ୟା ନଦୀର ପାଣି ପ୍ରବେଶ କରିଛି। ହଠାତ୍ କଲୋନୀ ଭିତରକୁ ନଦୀ ପାଣି ପଶିବାରୁ କଲୋନୀବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। କଲୋନୀର ରାସ୍ତାରେ ପାଣି ଜମି ରହିବା ସହ ରାସ୍ତା ଉପରେ ମଧ୍ୟ ପାଣି ଚାଲୁଥିବାରୁ ଯାତାୟାତ ପ୍ରଭାବିତ ହୋଇଛି। ଘର ଭିତରକୁ ପାଣି ପଶିବା ଆଶଙ୍କାରେ ଅନେକ ପରିବାର ଚିନ୍ତିତ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପ୍ରତିବର୍ଷ ବର୍ଷା ଋତୁରେ ଏହି ଅଞ୍ଚଳରେ ଏଭଳି ଜଳବନ୍ଦୀ ସମସ୍ୟା ଦେଖାଦେଉଛି। ବିଶେଷକରି ନଦୀର ଜଳସ୍ତର ବଢ଼ିଲେ ଏହାର ପ୍ରଭାବ ପଡ଼ୁଥିବା ସେମାନେ କହିଛନ୍ତି। ଏହାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଘଟଣା ସ୍ଥଳରେ ଗଞ୍ଜାମ ତହସିଲଦାର ସୁକାନ୍ତ ମିଶ୍ର, ବିଡିଓ ଅଚ୍ୟୁତାନନ୍ଦ ଯାନୀଏବଂ ଅନ୍ୟାନ୍ୟ ଅଧିକାରୀ ଘଟଣା ପହଁଚି ପରିସ୍ଥିତିକୁ ଦୃଷ୍ଟିରେ ରଖି ପ ଅଞ୍ଚଳର ଲୋକଙ୍କୁ ଆବଶ୍ୟକସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରଖିଛନ୍ତି ।


