ବ୍ୟକ୍ତିଗତ ପ୍ଲଟରେ ଚାଲିଛି ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟ

ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ କୁମ୍ଭାରିଆ ଗ୍ରାମରେ ଏକ ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟ ବ୍ୟକ୍ତିଗତ ପ୍ଲଟରେ ହେଉଥିବା ବେଳେ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଥିବା ଜଣାଯାଇଛି। ପ୍ରକାଶ ଯେ, ୨୦୨୬-୨୭ ଆର୍ଥିକ ବର୍ଷରେ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନାରେ ୩ ଲକ୍ଷ ୫୦ ହଜାର ଟଙ୍କା ଅଟକଳ ମୂଲ୍ୟରେ ଉକ୍ତ ଗ୍ରାମର ପିଏମଜିଏସୱାଇ ରାସ୍ତା ଠାରୁ ପାଢ଼ୀ ଘର ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏହି ରାସ୍ତା ନିର୍ମାଣର କାର୍ଯ୍ୟାଦେଶ ବ୍ଲକର ବିଭାଗୀୟ ଅଧିକାରୀଙ୍କ ନାମରେ ହୋଇଛି। ଗତ ୩ ଦିନ ହେବ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ବ୍ୟକ୍ତିଗତ ପ୍ଲଟରେ ନିର୍ମାଣ ହେଉଥିବାରୁ ଏହାକୁ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି। ଏହି ନିର୍ମାଣ କାର୍ଯ୍ୟକୁ ତୁରନ୍ତ ବନ୍ଦ କରାଇ ସରକାରୀ ପ୍ଲଟରେ ସଠିକ ଭାବେ କରିବାକୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି। ଏନେଇ ଶନିବାର କାହ୍ନୁ ଚରଣ ଦାଶ, ସଂଗ୍ରାମ ଦାଶ, ଅନିରୁଦ୍ଧ ମଲ୍ଲିକ, ଗୋପାଳ ଚନ୍ଦ୍ର ଦାଶ, ମହେଶ୍ୱର ଦାଶ, ଗୋପୀନାଥ ପଣ୍ଡା,ପଦ୍ମଲୋଚନ ପଣ୍ଡା ପ୍ରମୁଖ ବିଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ଏବଂ ହ୍ୱାଟ୍ସଆପ ଜରିଆରେ ଅଭିଯୋଗ କରିଥିବା ଜଣାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ