ପୁରୀ ଟାଇଟନ୍ସକୁ ୮ ୱିକେଟ୍‌ରେ ହରାଇଲା ସମ୍ବଲପୁର ୱାରିୟର୍ସ

କଟକ, (ଓ୍ବାଇଏନଏସ): ଭାରତ ମସଲା ଓଡ଼ିଶା ଟି-୨୦ ଲିଗ୍‌–ସିଏମ୍ ଟ୍ରଫିରେ ସମ୍ବଲପୁର ୱାରିୟର୍ସ ୮ ୱିକେଟ୍‌ରେ ପୁରୀ ଟାଇଟନ୍ସକୁ ପରାସ୍ତ କରିଛି। ବାରବାଟୀ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମ୍ୟାଚ୍‌ରେ ଶାନ୍ତନୁ ମିଶ୍ର ଓ ସୌମ୍ୟ ଆର୍‌ ଲେଙ୍କାଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ସମ୍ବଲପୁର ୧୬୪ ରନ୍‌ର ଲକ୍ଷ୍ୟ ସଫଳତାର ସହ ପୂରଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ପୁରୀ ଟାଇଟନ୍ସ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୬୩ ରନ୍‌ କରିଥିଲା। ପ୍ରାରମ୍ଭିକ ଝଟକା ପରେ ଆଦିତ୍ୟ ରାଉତ ଓ ସ୍ୱୟମ୍‌ ଶ୍ରୀବାସ୍ତବ ୨ୟ ୱିକେଟ୍‌ରେ ୭୩ ରନ୍‌ ଯୋଡ଼ି ଦଳକୁ ସମ୍ଭାଳିଥିଲେ। ସ୍ୱୟମ୍‌ ୨୭ ରନ୍‌ କରିଥିବା ବେଳେ ଆଦିତ୍ୟ ୫୦ ବଲ୍‌ରୁ ୭୫ ରନ୍‌ର ଆକର୍ଷଣୀୟ ଇନିଂସ୍‌ ଖେଳିଥିଲେ। ସର୍ବେଶ୍ୱର ମହାନ୍ତି ୧୩ ବଲ୍‌ରୁ ୨୦ ରନ୍‌ କରି ଦଳୀୟ ସ୍କୋରକୁ ମଜଭୁତ କରିଥିଲେ। ଜବାବରେ ସମ୍ବଲପୁର ମଧ୍ୟ ଆରମ୍ଭରେ ଗୋଟିଏ ୱିକେଟ୍‌ ହରାଇଥିଲା। ଏହାପରେ ଶାନ୍ତନୁ ମିଶ୍ର ଓ ଓମ୍‌ ଟି. ମୁଣ୍ଡେ ୨ୟ ୱିକେଟ୍‌ରେ ୬୪ ରନ୍‌ର ଭାଗୀଦାରି ଗଢ଼ି ଇନିଂସ୍‌କୁ ସ୍ଥିର କରିଥିଲେ। ମୁଣ୍ଡେ ୨୧ ବଲ୍‌ରୁ ୨୮ ରନ୍‌ କରି ଆଉଟ୍‌ ହେବା ପରେ ସୌମ୍ୟ ଲେଙ୍କାଙ୍କ ସହ ମିଶି ଶାନ୍ତନୁ ଦଳକୁ ବିଜୟ ଦିଗରେ ନେଇଥିଲେ। ଶେଷ ଦୁଇ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବାବେଳେ ଉଭୟ ବ୍ୟାଟର୍‌ ଧୈର୍ଯ୍ୟର ସହ ଖେଳି ସମ୍ବଲପୁରକୁ ବିଜୟ ଦେଇଥିଲେ। ଶାନ୍ତନୁ ୫୯ ବଲ୍‌ରୁ ୭୮ ରନ୍‌ କରି ଅପରାଜିତ ଥିବାବେଳେ ସୌମ୍ୟ ୨୦ ବଲ୍‌ରୁ ୩୮ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ଏକ ଓଭରରୁ ଅଧିକ ବଲ୍‌ ବାକି ଥାଇ ସମ୍ବଲପୁର ଲକ୍ଷ୍ୟ ହାସଲ କରିଥିଲା। ଶାନ୍ତନୁ ମିଶ୍ରଙ୍କୁ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ଏବଂ ସୌମ୍ୟ ଆର୍‌ ଲେଙ୍କାଙ୍କୁ ମୋମେଣ୍ଟ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ