ଅଲଣାହାଟ ହାଇସ୍କୁଲରେ ମଣ୍ଡଳସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା
ନାଉଗାଁ , (ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲ ପଡ଼ିଆରେ ମଣ୍ଡଳସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ନାଉଗାଁ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ବଡ଼ପଣ୍ଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ନାଉଗାଁ ବ୍ଲକ ସ୍କୁଲ ସ୍ପୋର୍ଟ୍ସ ଆସୋସିଏସନ୍ର ସମ୍ପାଦକ ବିନୀତ ଖୁଣ୍ଟିଆ ଓ ଘୋଡ଼ାଂଶସ୍ଥିତ ବାସୁଦେବ ହାଇସ୍କୁଲର ପ୍ରଧାନଶିକ୍ଷକ ଜୀବନ କୁମାର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ବିକାଶରେ କ୍ରୀଡ଼ାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ମୋଟ ୨୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଏଥିରୁ କୃତୀ ପ୍ରତିଯୋଗୀ ମାନେ ଜିଲ୍ଲା ସ୍ତରୀୟ କ୍ରୀଡାରେ ଭାଗନେବେ ବୋଲି ସମ୍ପାଦକ ଖୁଣ୍ଟିଆ ସୂଚନା ଦେଇଛନ୍ତି | ଏହି କାର୍ଯ୍ୟକ୍ରମରେ କ୍ରୀଡ଼ା ଶିକ୍ଷକ ପ୍ରତାପ କୁମାର ମିଶ୍ର, ଅଭିଜିତ ପରିଡ଼ା, ଅଜୟ କୁମାର ଭୋଇ, ଦେବୀପ୍ରସନ୍ନ ରାଉଳ, ନିରୁପମା ବାରିକ, ଚାରୁବାଳା ବିଶ୍ୱାଳ, ରଶ୍ମିପ୍ରଭା ରାଉତ, ବାବୁରାମ ବେହେରା, ପ୍ରଦୀପ ସେଠୀଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଉପସ୍ଥିତ ରହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ ।


