ଗଜପତିରେ ଥମୁନି ଦାଦନ ଯାତନା: ପୁଣି କୋଏମ୍ବାଟୁରରେ ଗଜପତି ଶ୍ରମିକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଥମୁନି ଦାଦନ ଶ୍ରମିକଙ୍କ ଯାତନା. ଗତ 2 ମାସ ମଧ୍ୟରେ ଏହି ଜିଲ୍ଲାର 5 ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ଘଟିଥିବା ବେଳେ ବର୍ତ୍ତମାନ ତାମିଲନାଡୁର କୋଏମ୍ବାଟୁର ଠାରେ ଗଜପତିର ଅନ୍ୟଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଆର. ଉଦୟଗିରି ଗ୍ରାମର ଖ୍ରୀଷ୍ଟିଆନ ସାହିର ଆଭାସ ମାଛ (31) ଦରିଦ୍ରତା ଯୋଗୁଁ ପରିବାର ପରିପୋଷଣ ପାଇଁ ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ହାତୀପାଲେମ ଠାରେ ଗତ 2 ବର୍ଷ ଧରି ଶ୍ରମିକ ଭାବେ ଖଟି ପରିବାର ପରିପୋଷଣ କରି ଆସୁଥିଲେ. ବର୍ତ୍ତମାନ ଗତ 3 ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିବା ଖବର ପାଇ ପରିଵାର ଲୋକେ ଭାଙ୍ଗି ପଡିଛନ୍ତି. ମୃତ ଶ୍ରମିକ ଆଭାସଙ୍କ ପିତା ରୋଗାଗ୍ରସ୍ତ ଯୋଗୁଁ ଦୀର୍ଘ ବର୍ଷ ହେଲା ଶଯ୍ୟାଶାୟୀ ଅବସ୍ଥାରେ ରହିଛନ୍ତି. ଘରର ଏକମାତ୍ର ରୋଜଗାରିଆ ପୁଅର ଏଭଳି ଶୋଚନୀୟ ମୃତ୍ୟୁ ପରେ କେମିତି ବଂଚିବେ ସେନେଇ ପରିବାରରେ ଉଦବେଗ ପ୍ରକାଶ ପାଇଛି. ମୃତ ଆଭାସଙ୍କ ମର ଶରୀରକୁ ତାମିଲନାଡୁରୁ ଆଣିବା ଏହି ଗରିବ ପରିବାର ଦ୍ୱାରା ଅସମ୍ଭବ. ତେଣୁ ଗ୍ରାମବାସୀ ଆର. ଉଦୟଗିରି ତହସିଲଦାରଙ୍କ ମଧ୍ୟମରେ ମର ଶରୀରକୁ ଆର. ଉଦୟଗିରିକୁ ଆଣିବା ପାଇଁ ଅନୁରୋଧ ଜଣାଇବା ସହ ଏହି ଗରିବ ପରିବାର ପରିପୋଷଣ ପାଇଁ ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅଞ୍ଚଳବାସୀ ନିବେଦନ କରିଛନ୍ତି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ