ସହିଦ୍ ପାର୍କଠାରେ ମିଳିତ ନିଶା ନିବାରଣ ଅଭିଯାନ
ବାଲେଶ୍ୱର,(ସରୋଜ ପଣ୍ଡା): ମିଳିତ ନିଶା ନିବାରଣ ଅଭିଯାନ (ମନା), ବାଲେଶ୍ୱର ପକ୍ଷରୁ ସ୍ଥାନୀୟ ସହିଦ୍ ପାର୍କ ଠାରେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପୁଣ୍ୟ ଜନ୍ମତିଥି ସଭାପତି ଶ୍ରୀଯୁକ୍ତ ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ସଭ୍ୟା କଲ୍ୟାଣୀ ନନ୍ଦଙ୍କ ନେତୃତ୍ୱରେ ଉପସ୍ଥିତ ସଦସ୍ୟ/ସଦସ୍ୟାମାନେ ଗାନ୍ଧୀଙ୍କ ପ୍ରିୟଭଜନ ‘ରଘୁପତି ରାଘବ…’ ଗାନ କରିଥିଲେ। ଗାନ୍ଧିଜୀଙ୍କର ନିଶା ହଟାଅ ଓ ଦେଶ ବଞ୍ଚାଅ ନୀତିକୁ ସମର୍ଥନ କରି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଦେଶରୁ ନିଶା ହଟିଲେ ହିଁ ଗାନ୍ଧିଜୀଙ୍କ ରାମରାଜ୍ୟ ଗଠନର ସ୍ୱପ୍ନ ସାକାର ହେବ ବୋଲି ସାଧାରଣ ସମ୍ପାଦିକା ଶ୍ରୀମତୀ ମମତା ମହାପାତ୍ର ମତ ପ୍ରକାଶ କରିଥିଲେ। ଏହି ସଭାରେ ଉପଦେଷ୍ଟା ସୁବ୍ରତ କର, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ଗୀତାଞ୍ଜଳି ସିଂହ, ସରସ୍ୱତୀ ପଣ୍ଡା, ଲକ୍ଷ୍ମଣ ଚରଣ ବିଶ୍ୱାଳ, ପ୍ରଭାକର ସାହୁ (ଖ), ଶାନ୍ତି ବିଶି, ପୁଷ୍ପଲତା ଚକ୍ରବର୍ତ୍ତୀ, ବାସନ୍ତୀ ଦେ, ବେଣୁଧର ସାହୁ, ପୂର୍ଣ୍ଣଚନ୍ଦ୍ର ବେହେରା, କବିତା ଜେନା, ସୁଧାଂଶୁ ଶେଖର ପରିଡ଼ା, ଜ୍ୟୋତ୍ସ୍ନା ସେନାପତି, କବିତା ଦାସ, ଶେଖ୍ ସାଜିଦ୍ ଅଲ୍ଲୀ, ଶେଖ୍ ଅସଗର ଅଲ୍ଲୀ, ଦିଲ୍ଲୀପ ଚକ୍ରବର୍ତ୍ତୀ, ରବିନାରାୟଣ ଭୋଳ ପ୍ରମୁଖ ଆଲୋଚନାରେ ଭାଗ ନେଇ ରାଜ୍ୟକୁ


