ନୂତନ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ଦାୟିତ୍ୱ ଗ୍ରହଣ
କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକରେ ନୂତନ ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ଭାବେ ସୁଶ୍ରୀ ପ୍ରତିଶୃତି ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଯାଜପୁର ଜିଲ୍ଲା ର ବୋରି ବ୍ଳକର ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ବାଭେ କାର୍ଯ୍ୟ ତୁଲାଉଥିଲେ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଳକର ଗୋଷ୍ଠୀ ଶିକ୍ଷାଅଧିକାରୀଣୀ ରୂପେ ସୁଶ୍ରୀ ପ୍ରତିଶୃତି ସିଂ ବ୍ଳକ୍ ଗୋଷ୍ଠୀ ଶିକ୍ଷାଧିକାରୀଣୀ ଭାବେ କାର୍ଯ୍ୟ ଭାର ଗ୍ରହଣକରିବା ପରେ ବ୍ଲକର ମାସସିକ ଓ ବୌଦ୍ଧିକ ଶିକ୍ଷାକୁ ଅଗ୍ରାଧିକାର ଦିଆଯିବ ବୋଲି ପ୍ରକାଶ କାଟିଛନ୍ତି।ତାଙ୍କୁ ଉଭୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କଲ୍ୟାଣସିଂହପୁର ତରଫରୁ ସ୍ବାଗତ କରାଯାଇଛି। ବ୍ଳକ୍ରେ ଏକ ନିୟମିତ ଗୋଷ୍ଠୀ ଶିକ୍ଷାଧିକାରୀ ସ୍ଥାନିତ ହେବା ଯୋଗୁଁ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କର ସରକାରୀ ସେବା କାର୍ଯ୍ୟରେ ପ୍ରାୟ ବିଶେଷ ଅସୁବିଧା ହେବ ନାହିଁ । କେବଳ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ତରଫରୁ କାର୍ଯ୍ୟ କୁଶଳତା ର ସହଯୋଗ ଓ ସାହାଯ୍ୟ ପ୍ରାପ୍ତିରେ ବ୍ଳକ୍ର ପ୍ରାଥମିକ ଶିକ୍ଷା ର ବିକାଶ ର ଦିଗକୁ ଜିଲ୍ଲାରେ ଶୀର୍ଷରେ ପହଞ୍ଚାଇବା ପାଇଁ ସମସ୍ତ ଙ୍କୁ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଅନୁରୋଧ କରାଯାଇଛି।ଏଥି ପୂର୍ବରୁ ଦାୟିତ୍ୱରେ ଥିବା ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀ ଶାନ୍ତିଲତା ମୁନି ବ୍ଲକର ଶିକ୍ଷା ଅଧିକାରୀ ରୂପେ ଦାୟିତ୍ୱ ଥିବା ସମୟରେ ଶିକ୍ଷାର ବିକାଶ ହୋଇଥିଲେ ଶିକ୍ଷକ ମାନେ ଠିକ ସମୟରେ ବିଦ୍ୟାଳୟକୁ ଯାଉଥିଲେ ସରକାରୀ କାର୍ଯ୍ୟକ୍ରମ ମଧ୍ୟ ଜିଲ୍ଲାରେ ଏକ ନମ୍ବର ରହୁଥିଲା। ବର୍ତମାନ ନବ ନିଯୁକ୍ତି ପାଇଥିବା ସୁଶ୍ରୀ ସିଂ ବ୍ଲକର ଶିକ୍ଷା ଓ ଶିକ୍ଷକଙ୍କ ପ୍ରତି କେତେ ସହାୟକ ହେଉଛି ଆଗାମୀ ଦିନରେ ଜଣା ପଡିବ ବୋଲି ଆଲୋଚନା ହେଉଛି।


