ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ:ମାମଲା ରୁଜୁ, ଯୁବକ ଫେରାର

ଧାମନଗର (ଓ୍ବାଇଏନଏସ): ଧାମନଗର ଥାନା ଅଧୀନ ଦକ୍ଷିଣବାଡ଼ ଗ୍ରାମରେ ସେପ୍ଟେମ୍ବର ୨୮ରାତିରେ ଅଭାବନୀୟ ଘଟଣା ସାମନାକୁ ଆସିଛି। ରାତିରେ ଘରେ ଏକାକୀ ଶୋଇଥିବା ଜଣେ ଯୁବତୀଙ୍କ ଘରେ ପଶି ଅସଦାଚରଣ କରିଥିବା ନେଇ ଜଣେ ଯୁବକଙ୍କ ବିରୋଧରେ ଧାମନଗର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ଗ୍ରାମର ଦୀନବନ୍ଧୁ ବେହେରାଙ୍କ ୨୧ ବର୍ଷୀୟା କନ୍ୟା ଇତିରାଣୀ ବେହେରା ରାତିରେ ଘରେ ଏକାକୀ ଶୋଇଥିଲେ। ଏହି ସମୟରେ ସେହି ଗ୍ରାମର କରୁଣାକର ଜେନାଙ୍କ ପୁଅ ହରେକୃଷ୍ଣ ଜେନା ଓରଫ ବାବୁଲୁ (୨୫) ଘରେ ପଶି ତାଙ୍କ ସହ ଅସଦାଚରଣ କରିଥିବା ଯୁବତୀ ଅଭିଯୋଗ କରିଛନ୍ତି।ଯୁବତୀ ଭୟଭୀତ ହୋଇ ଚିତ୍କାର କରିବାରୁ ପାଖପଡ଼ୋଶୀ ଓ ଗ୍ରାମବାସୀ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଲୋକଙ୍କ ଉପସ୍ଥିତି ଜାଣି ଅଭିଯୁକ୍ତ ସେଠାରୁ ଫେରାର ହୋଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଘଟଣା ସମ୍ପର୍କରେ ଯୁବତୀ ଅକ୍ଟୋବର ୧ ତାରିଖ ସକାଳ ୧୦ଟା ୧୦ରେ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପୁଲିସ ବିଏନ୍‌ଏସ୍‌ ୨୦୨୩ର ଧାରା ୩୨୯(୪) ଓ ୭୬ ଅନୁଯାୟୀ କେସ୍‌ ନମ୍ବର ୪୩୧ ରୁଜୁ କରିଛି। ମାମଲାର ତଦନ୍ତ ଆରମ୍ଭ ହୋଇଥିବା ବେଳେ ଥାନା ଅଧିକାରୀ ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ଏଏସ୍‌ଆଇ ଶିବଶଙ୍କର ଖିଲାର ତଦନ୍ତ ଭାର ଗ୍ରହଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ