ଏନ୍.ଏସ୍. ଏସ୍. ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ
ପଦ୍ମପୁର(ଭେଙ୍କଟ ରମଣ ପ୍ରଧାନ ): ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏକ ଦିବସୀୟ ସଫେଇ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଲୋହିତ କୁମାର ବାରିକ ଯୋଗ ଦେଇ ସ୍ୱଚ୍ଛତା ଏକ ସାମାଜିକ ଦାୟିତ୍ଵ ଏବଂ ଏହାକୁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନରେ ଅଭ୍ୟାସରେ ପରିଣତ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ଏନ୍.ଏସ୍. ଏସ୍. ଏକ ସଂଗଠନ ନୁହେଁ ବରଂ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସେବା, ଶୃଙ୍ଖଳା,ଓ ସମାଜ ପ୍ରତି କର୍ତ୍ତବ୍ୟବୋଧ ସୃଷ୍ଟି କରିବାର ଏକ ମହତ୍ତ୍ଵପୂର୍ଣ୍ଣ ମାଧ୍ୟମ ବୋଲି ସେ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଏନ୍.ଏସ୍. ଏସ୍. କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ଅଙ୍କିତ କୁମାର ଦାସ ଓ ପ୍ରଦୀପ କୁମାର ଦେୱାନ ପରିଚାଳନା କରିଥିଲେ । ଏଥିରେ ପ୍ରାଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ । ଅଧ୍ୟାପକ ଅବିନାଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସ୍ୱେଚ୍ଛସେବୀ ମାନଙ୍କୁ ଉତ୍ସାହିତ କରିବା ସହ ସ୍ଵଚ୍ଛତା ଓ ପରିବେଶ ସୁରକ୍ଷାର ଗୁରୁତ୍ୱ ଉପରେ ମତ ରଖିଥିଲେ । ଶେଷରେ ସ୍ଵେଛାସେବୀ ମାନେ ନିଜ ନିଜ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ସହ ସମାଜରେ ସଚେତନତା ସୃଷ୍ଟି କରିବାକୁ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାର ଅଣଶିକ୍ଷକ କର୍ମଚାରୀ ମଧ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ ।


