ଗାନ୍ଧୀଜୟନ୍ତୀ ପାଳିତ

ଧାମନଗର (ଓ୍ବାଇଏନଏସ): ଧାମନଗର ଅଞ୍ଚଳରେ ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ଗାନ୍ଧୀଜୀ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ଜୟନ୍ତୀ ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ ପକ୍ଷରୁ ମହା ଆଡମ୍ବରରେ ପାଳନ ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଧାମନଗର ବରିଷ୍ଠ ନାଗରିକ ପରିଷଦ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କ ସ୍ଵନକ୍ଷତ୍ର ଜନ୍ମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ପରିଷଦ ର ଉପସଭାପତି ସୁରଥ ଚନ୍ଦ୍ର ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଅନିଲ କୁମାର ବାରିକ,ସାଧାରଣ ସମ୍ପାଦକ ସଚିକାନ୍ତ ପଣ୍ଡା,ଉପସଭାପତି ସେକ ଅବଦୁଲ ହାକିମ,ଉପଦେଷ୍ଟା ମହେଶ୍ୱର ସ୍ୱାଇଁ,ନିରାକାର ଧଳ,ରାମଚନ୍ଦ୍ର ସାହୁ,ସନ୍ତୋଷ ପାଢ଼ୀ,ବୁଦ୍ଧିରାମ ବେହେରା,ବିପିନ ଦାଶ,ପ୍ରଭଞ୍ଜନ ରାଉଳ, ଲମ୍ବୋଦର ମହାନ୍ତି,ଭିକାରୀ ବେହେରା,ବିଶ୍ୱନାଥ ବେହେରା, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ମନୋଜ ଜେନା,ହେମେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ଗାନ୍ଧୀ ଓ ଶାସ୍ତ୍ରିଜୀଙ୍କ ଜୀବନାଦର୍ଶ, ଅହିଂସା ଓ ସ୍ୱଛତା,ନୀତି,ଆଦର୍ଶ ଓ ଦେଶପ୍ରୀତିର ଆହ୍ୱାନ ଦେବା ସହ ମଦ ଆଦି ନିଶାକୁ ବର୍ଜନ କଲେ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ।ପରିଷଦର ସଦସ୍ୟ ତଥା ସାମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଧାମନଗର ବ୍ଲକ ଅନ୍ତର୍ଗତ ଗାନ୍ଧୀଘାଟଠାରେ ଏକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲଙ୍କ ତତ୍ତ୍ୱାବଧାନରେ ଏଥିରେ ଧାମନଗର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ,ବିଜେଡି ନେତା ଡାକ୍ତର ସଞ୍ଜୟ ଦାସ,ପ୍ରଦୀପ ମଲ୍ଲିକ,ସାରଦା ପ୍ରସନ୍ନ ସାହୁ,ଅଜୟ ମଲ୍ଲିକ,ନରେନ୍ଦ୍ର ନାରାୟଣ ନାୟକ,ଶୀତାକାନ୍ତ ମିଶ୍ର,ଗଜେନ୍ଦ୍ର ମହାନ୍ତି,ବିଜୁ ମିଶ୍ର,ଭାରତ ବିଜୟ ଦଳାଇ, ସନ୍ଦୀପ ସ୍ୱାଇଁ,ବିଜୟକେତନ ସାହୁ,ରମେଶ ଜେନା,ଏମଡି ଜୟନୁଲ ହକ୍,ମୀର ମୁରତୁଜା,ଏମଡି ଫକିରୁଦ୍ଦିନ,ଅରୁଣ ସାହୁଙ୍କ ସମେତ ବହୁ ବିଜେଡି ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ଗାନ୍ଧୀଘାଟଠାରେ ଯୋଗ ଦେଇ ପ୍ରଥମେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ମହାତ୍ମା ଗାନ୍ଧୀଙ୍କ ସତ୍ୟ,ଅହିଂସା,ଶାନ୍ତି ଓ ମାନବିକତାର ଆଦର୍ଶକୁ ସ୍ମରଣ କରାଯାଇଥିଲା ସେହିପରି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଜୀଙ୍କ ସରଳ ଜୀବନ, ନିଷ୍ଠା,ଦେଶପ୍ରେମ ଓ ତ୍ୟାଗପୂର୍ଣ୍ଣ ଜୀବନାଦର୍ଶ ସମ୍ପର୍କରେ ମଧ୍ୟ କାର୍ଯ୍ୟକର୍ତ୍ତାମାନେ ସ୍ମୃତିଚାରଣ କରିଥିଲେ। ପରେ ସମସ୍ତେ ମିଳି ଦେଶର ଉନ୍ନତି ଓ ଜନସେବା ପାଇଁ ନିଜ ନିଜ ସ୍ତରରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସଂକଳ୍ପ ନେଇଥିଲେ।ଶେଷରେ ନଗର ବିଜେଡି ସଭାପତି ବିଜୟ କେତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ