ଆସିକାରେ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ
ଆସିକା (ୱାଇଏନ୍ଏସ୍) : ଓଡିଶା ସରକାରଙ୍କ ମହିଳା ଓ ଶିଶୁବିକାଶ ବିଭାଗର ପରାମର୍ଶକ୍ରମେ ଆସିକା ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ପକ୍ଷରୁ ନବମ ରାଷ୍ଟ୍ରୀୟ ପୋଷଣ ମାସ ଏବଂ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୁସ୍ଥ ଶିଶୁ, ସୁସ୍ଥ ପରିବାର, ସମୃଦ୍ଧ ଓଡିଶା କାର୍ଯ୍ୟକ୍ରମ ଅଧୀନସ୍ଥ ଆମ ଅଙ୍ଗନବାଡି, ଆମ ଦାୟିତ୍ୱ କାର୍ଯ୍ୟକ୍ରମର ସଫଳ ରୂପାୟନ ସକାଶେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପରିସରଭୁକ୍ତ ବାଲିସିରା ସେକ୍ଟରର ନିମିନା-୩ ଏବଂ ୪ ଅଙ୍ଗନବାଡି କେନ୍ଦ୍ର, ମଙ୍ଗଳପୁର ସେକ୍ଟରର ଝଗଡେଇ ଅଙ୍ଗନବାଡି କେନ୍ଦ୍ର, ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଶାସନ ଅଙ୍ଗନବାଡି କେନ୍ଦ୍ରରେ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମନ୍ୱିତ ଶିଶୁ ବିକାଶ ଅଧିକାରୀଣୀ (ସିଡିପିଓ) ଶାନ୍ତିକରସୁଧା ପଟ୍ଟନାୟକ, ପୋଷଣ କାର୍ଯ୍ୟକ୍ରମର ସଂଯୋଜକ ମନୋଜ କୁମାର ଜେନା, ଅଞ୍ଚଳ ପରିଦର୍ଶିକା ମିନତୀ ରାଣୀ ପାତ୍ର ଓ ଗୀତାଞ୍ଜଳୀ ପଟ୍ଟନାୟକ ଏବଂ ବିଷ୍ଣୁପ୍ରିୟା ଜାନି ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ, ଆଭିମୁଖ୍ୟ ଓ ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ କୁପୋଷଣ ଦୂରୀକରଣ ସୁସ୍ଥ ଖାଦ୍ୟାଭ୍ୟାସ ସଂପର୍କରେ ବହୁ ଉପାଦେୟ ଓ ଶିକ୍ଷଣୀୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ବିବିଧ ଖାଦ୍ୟ ଓ ସଂପୁର୍ଣ୍ଣ ପୋଷଣ, ଆଙ୍ଗନବାଡି କେନ୍ଦ୍ରରେ ଶିଶୁଙ୍କ ଉତ୍ତମ ପୋଷଣ ପାଇଁ ଦିଆଯାଉଥିବା ପୁଷ୍ଟିକର ଗରମ ରନ୍ଧା ଖାଦ୍ୟ, ଗୋଷ୍ଠୀର ଅଂଶଗ୍ରହଣ ଓ ଦାୟିତ୍ୱ, ପୋଷଣ ଓ ପ୍ରାରମ୍ଭିକ ଯତ୍ନ ମାଧ୍ୟମରେ ଶିଶୁର ବିକାଶ, ପ୍ରଧାନମନ୍ତ୍ରୀ ମାତୃବନ୍ଦନ ଯୋଜନା ଉପରେ ଆଲୋକପାତ କରିଥିବା ଦେଖିବାକୁ ମିଳିଥିଲା । ଆସିକା ବ୍ଳକ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରୀୟ ପୋଷଣ ମାସ ପାଳନ କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ ସଂଯୁକ୍ତା କୁମାରୀ ନାୟକ, କବିତା କୁମାରୀ ପ୍ରଧାନ, ସବିତା କୁମାରୀ ସାହୁ, ଭାରତୀ ଗୌଡ, ରୀନାରାଣୀ ବିଷୋୟୀ, ରଶ୍ମିତା କୁମାରୀ ପାଠୀ, ମନୋରମା ପଟ୍ଟନାୟକ, ମମତା କୁମାରୀ ପାଢୀ, ଗୀତାଞ୍ଜଳୀ ପଣ୍ଡା, ବି.ଅରୁଣା ଆଚାରୀ, ନିବେଦିତା ପଟ୍ଟନାୟକ, ଅରଣ୍ୟା କୁମାରୀ ବେହେରା, ଶୈଳବାଳା ଦେବୀ, ସୋନାଲୀ ପଣ୍ଡା, ସୁଚିତ୍ରା ଦାଶ, ଗୋଲାପରାଣୀ ସ୍ୱାଇଁ, ଉମାରାଣୀ ପାତ୍ର, ସ୍ୱପ୍ନାରାଣୀ ବେହେରାଙ୍କ ସମେତ ବହୁ ଅଙ୍ଗନବାଡି କର୍ମୀ ଓ ସଚେତନ ନାଗରିକ, ଅଭିଭାବକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


