କଂଗ୍ରେସର ଓଡ଼ିଶା ବନ୍ଦ : ବନ୍ଦକୁ ସମର୍ଥନ ପାଇଁ ଫୁଲ, ଚକୋଲେଟ୍ ଓ ପାଣି ବାଣ୍ଟିଲେ କର୍ମୀ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନକ୍ରମେ ବିଭିନ୍ନ ଦାବି ନେଇ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଗୁରୁବାର କରାଯାଇଛି। ଏମ୍ଏମ୍ ଡିଆର୍ ବିଲ୍ ପ୍ରତ୍ୟାହାର, ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର ଏବଂ ବନ୍ୟା ବିପନ୍ନଙ୍କୁ ସହାୟତା ପ୍ରଦାନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ୍ର ବିଭିନ୍ନ ସ୍ଥାନରେ ବ୍ଲକ୍ କଂଗ୍ରେସ କମିଟି ସଭାପତି ବିଚିତ୍ରାନନ୍ଦ ଲେଙ୍କାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦ ପାଳନ କରିଥିଲେ। ଶତାଧିକ କର୍ମୀ ନାରାବାଜି କରି ଦୋକାନବଜାର ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିଥିଲେ। ବନ୍ଦକୁ ସମର୍ଥନ କରି ବହୁ ବ୍ୟବସାୟୀ ସ୍ୱେଚ୍ଛାକୃତ ଭାବେ ଦୋକାନ ବନ୍ଦ ରଖିଥିଲେ। ବନ୍ଦ ସମୟରେ କଂଗ୍ରେସ କର୍ମୀମାନେ ଯାତ୍ରୀ ଓ ବାଟୋଇଙ୍କୁ ଗୋଲାପ ଫୁଲ, ଚକୋଲେଟ୍ ଓ ପାଣି ବୋତଲ ବଣ୍ଟନ କରି ବନ୍ଦକୁ ସମର୍ଥନ କରିବାକୁ ନିବେଦନ କରିଥିଲେ। ବନ୍ଦ ପାଳନର ଏହି ଅଭିନବ ଢଙ୍ଗ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ନାଉଗାଁ ବ୍ଲକ୍ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି।ଏହି ବନ୍ଦ ପ୍ରଥମେ ପିକେଟିଙ୍ଗ କରି ଅଲଣାହାଟ , ମୁଣ୍ଡାଳ ବଜାର, ବ୍ଲକଚ୍ଛକ, ବ୍ଲକ, ତହସିଲ ଆଦି ସବୁ ସରକାରୀ ଦପ୍ତର ବନ୍ଦ ଶାନ୍ତି ପୂର୍ଣ୍ଣ ଭାବରେ ବନ୍ଦ କରିଥିଲେ |  ଏହି ବନ୍ଦରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ସୁବ୍ରତ ରାୟ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରୀତମ ପରିଜା, ମନୋଜ ଦାଶ, ନାଉଗାଁ ପଞ୍ଚାୟତ ସଭାପତି ରମେଶ ଚନ୍ଦ୍ର ମୁଦୁଲି, ଅଲଣା ପଞ୍ଚାୟତ ସଭାପତି ଧୀରେନ୍ଦ୍ର ରାୟ, ଗଳଦାରୀ ପଞ୍ଚାୟତ ସଭାପତି ଗୋପବନ୍ଧୁ ପ୍ରଧାନଙ୍କ ସମେତ ଦଳୀୟ କର୍ମୀ ରଞ୍ଜିତ ସ୍ୱାଇଁ, ଜ୍ୟୋତିରଞ୍ଜନ ରାୟ, ଜ୍ଞାନରଞ୍ଜନ ସେଠୀ, ଦୀନବନ୍ଧୁ ଭୋଇ, ରଞ୍ଜନ ସେଠୀ, ପିଣ୍ଟୁ ଭୋଇ ଓ ବିଷ୍ଣୁଚରଣ ସେଠୀଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ