ତାମିଲନାଡୁରୁ ଯୁକ୍ତ ୨ କଲେଜ ଛାତ୍ରୀ ଉଦ୍ଧାର
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରୁ ଅପହରଣର ଶିକାର ହୋଇଥିବା ଜଣେ ଯୁକ୍ତ ୨ କଲେଜ ଛାତ୍ରୀ(୧୬ ବର୍ଷ)ଙ୍କୁ ପୋଲିସ ତାମିଲନାଡୁରୁ ଶନିବାର ଉଦ୍ଧାର କରିଛି l ଛାତ୍ରୀ ଜଣକୁ ନନ୍ଦିପଦା ଥାନାକୁ ଅଣାଯାଇ ମେଡିକାଲରେ ଡାକ୍ତରୀ ପରୀକ୍ଷା ପରେ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା l ପରେ ଛାତ୍ରୀ ଜଣକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ତ୍ରିପୁରା ପ୍ରିୟଦର୍ଶିନୀ କହିଛନ୍ତି l ସୂଚନା ଯୋଗ୍ୟ, ଛାତ୍ରୀ ଜଣକୁ ଅପହରଣ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ନଂ ୩୭୨/୨୦୨୬ ପଞ୍ଜିକରଣ କରିଥିଲା l ଅଭିଯୋଗ ଅନୁସାରେ ଛାତ୍ରୀ ଜଣକ ଘର ଆନନ୍ଦପୁର ଥାନା ଅଞ୍ଚଳରେ ହୋଇଥିବା ବେଳେ ସେ ନନ୍ଦିପଦା ଥାନା ଅଧୀନ ଅଞ୍ଚଳରେ ନିଜ ମାମୁଁ ଘରେ ରହି ପଢୁଥିଲେ l ଗତ ସେପ୍ଟେମ୍ବର ୨୪ ତାରିଖ ଛାତ୍ରୀଙ୍କୁ ଅପହରଣ କରାଯାଇଥିଲା l ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ପତ୍ତା ମିଳିନଥିଲା l ଶେଷରେ ନିରୁପାୟ ହୋଇ ଥାନାରେ ଅଭିଯୋଗ କରିଥିଲେ l


