ପାରିବାରିକ କଳହର କରୁଣ ପରିଣତି, ବିଷ ଖାଇ ସ୍ତ୍ରୀ ମୃତ

ହାଟଡିହି,(ଓ୍ବାଇଏନଏସ):  କେନ୍ଦୁଝର ଜିଲ୍ଲା ସୋସୋ ଥାନା ବାରିଙ୍ଗା ଗ୍ରାମରେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ ଝଗଡାର କରୁଣ ପରିଣତି ଦେଖିବାକୁ ମିଳିଛି l ଶେଷରେ ସ୍ତ୍ରୀ ବିଷ ଖାଇ ମୃତ୍ୟୁ ବରଣ କରିଛନ୍ତି l ପୋଲିସ ଶବ ଜବତ କରି ବ୍ୟବଛେଦ କରାଇବା ସହ କେସ ନଂ ୧୭/୨୦୨୬ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀଣି କାନନ ସାହୁ କହିଛନ୍ତି l ସୂଚନା ଅନୁସାରେ ରବିବାର ଘର ଅପରିଷ୍କାର ଥିବାରୁ ସ୍ତ୍ରୀ କମଳା ସେଠି(୩୬ ବର୍ଷ )କୁ ଝାଡୁ କରିବା ପାଇଁ ସ୍ୱାମୀ  ଅନାମ ସେଠି କହିଥିଲେ l ଏହାକୁ ନେଇ ସ୍ୱାମୀ, ସ୍ତ୍ରୀ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା l ଝଗଡା ପରେ ସ୍ୱାମୀ ବିଲକୁ କାମ କରିବାକୁ ଯାଇଥିଲେ l ବିଲରୁ ଆସିବା ପରେ ସ୍ତ୍ରୀ ବିଷ ଖାଇ ଘରେ ଅଚେତ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ l ଚିକିତ୍ସା ପାଇଁ ସ୍ତ୍ରୀ କମଳାକୁ ଆଗରପଡା ମେଡିକାଲ ନେଇଥିଲେ l ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ