ଛାତ୍ର ସୃଜନଶୀଳତା ବୃତ୍ତି ପାଣ୍ଠି ଗଠନ ବୈଠକ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ପୋଡାପାଟଣା ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଛାତ୍ର ସୃଜନଶୀଳତା ପ୍ରୋତ୍ସାହନ ପାଣ୍ଠି ଗଠନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ଅଶୋକ କୁମାର ଖିଲାରଙ୍କ ସଂଯୋଜନା ଏବଂ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ଉମାକାନ୍ତ ମହାପାତ୍ର, ସୁବାଷ ଦାସ, ଅଶୋକ କୁମାର ଦାସ, ରମେଶ ଜେନା, ସତ୍ୟ ରଞ୍ଜନ ଦାସ, କଳିଙ୍ଗ ଗୌରବ ଦାସ, ଜଗବନ୍ଧୁ ଜେନାଙ୍କ ସମେତ ବହୁ ପୁରାତନ ଛାତ୍ର ଯୋଗ ଦେଇ ନିଜର ମତାମତ ପ୍ରଦାନ କରିଥିଲେ। ଆଗାମୀ ନଭେମ୍ବର ୧ରେ ପୋଡାପାଟଣା, କଣ୍ଟାପଡା, ସଖିପାଟଣା, ଭୁବନେଶ୍ୱରପୁର ଶାସନ ଆଦି ଗ୍ରାମରୁ ପ୍ରମୁଖ ପୁରାତନ ଛାତ୍ର ମାନଙ୍କୁ ନେଇ ଏକ ସମୂହ ପ୍ରସ୍ତୁତି ଏବଂ ଚୂଡାନ୍ତ ବୈଠକ ଅନୁଷ୍ଠିତ ହେବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ପ୍ରଧାନ ଶିକ୍ଷକଙ୍କ ସମେତ ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।


