ଡୋର୍-ଟୁ-ଡୋର୍ ସର୍ଭେ ତାଲିମ କାର୍ଯ୍ୟକ୍ରମ

ଧାମନଗର (ଓ୍ବାଇଏନଏସ): ଆଗାମୀ ୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତିରାଜ ଅନୁଷ୍ଠାନ (PRIs) ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଡୋର୍-ଟୁ-ଡୋର୍ ସର୍ଭେ (D2D Survey) ସମ୍ପର୍କିତ ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀ ଏବଂ ଭଦ୍ରକ ଜିଲ୍ଲାପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ଯୋଗ ଦେଇ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ଧାମନଗର ପଞ୍ଚାୟତ ସମିତି ସଭାଗୃହ ପରିସରରେ ଧାମନଗର ଅଞ୍ଚଳରେ ଏହି ସର୍ଭେ ଓ ତାଲିମ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ଧାମନଗର ବିଡ଼ିଓ ବନବିହାରି ଦିନ୍ଦା,ତହସିଲଦାର ଜ୍ଞାନରଞ୍ଜନ ସାହୁ,ଡେପୁଟି କଲେକ୍ଟର (ଓଏଏସ) ତଥା ଏନ ଏ ସି ର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ର,ସୁପର ଭାଇଜର,ବୁଥ୍‌ସ୍ତରୀୟ ଅଧିକାରୀ (ବି ଏଲ ଓ ) ଏବଂ ସହାୟକ ଟିମ୍‌ ସଦସ୍ୟମାନଙ୍କୁ ଘରକୁ ଘର ଯାଇ ସର୍ଭେ କରିବା,ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ଓ ଭୋଟର ତାଲିକାକୁ ଅଦ୍ୟତନ ରଖିବା ସମ୍ପର୍କରେ ତାଲିମ ଦିଆଯାଇଥିଲା।ଏହି ସର୍ଭେ ମାଧ୍ୟମରେ ଯୋଗ୍ୟ ନୂତନ ଭୋଟରଙ୍କ ନାମ ତାଲିକାରେ ସାମିଲ କରିବା, ଭୋଟରଙ୍କ ବିବରଣୀରେ ଥିବା ତ୍ରୁଟି ସଂଶୋଧନ କରିବା ଏବଂ ନିୟମାନୁସାରେ ଅଯୋଗ୍ୟ ନାମଗୁଡ଼ିକୁ ବାଦ୍ ଦେବା ଉପରେ ଗୁରୁତ୍ୱ ଦିଆଯିବ। ଏକ ନିର୍ଭୁଲ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ଦ୍ୱାରା ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁସଂଗଠିତ ଓ ସୁଦୃଢ଼ କରିବା ଲକ୍ଷ୍ୟ ରଖାଯାଇଛି। ଆଗାମୀ ପଞ୍ଚାୟତିରାଜ ନିର୍ବାଚନ ପୂର୍ବରୁ ଭୋଟର ତାଲିକାର ଶୁଦ୍ଧୀକରଣ ଓ ଅଦ୍ୟତନ କାର୍ଯ୍ୟକୁ ଗୁରୁତ୍ୱ ଦେଇ ଏହି ପଦକ୍ଷେପ ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ