ସଡ଼କ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ

ଗୁଣପୁର (ୱାଇଏନଏସ): ଓଡ଼ିଶାରେ ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ନିୟମ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଓଡ଼ିଶା ପୁଲିସ ଏବଂ ପରିବହନ ବିଭାଗ  ପକ୍ଷରୁ ବିଭିନ୍ନ ସ୍ଥାନରେ ମିଳିତ ଭାବେ ହେଲମେଟ ପ୍ରଦାନ ଓ ବଣ୍ଟନ ଅଭିଯାନ ଚାଲୁ ରହିଛି। ଏହି ପ୍ରରିପ୍ରେକ୍ଷୀରେ ରାୟଗଡା ଜିଲ୍ଲା ଗୁଣପୁର ବାଇପାସ ଛକ ରେ ହେଲେମେଟ  ସଚେତନା ଶିବିର ଅନୁଷ୍ଠିତ ହୋଇଥିଲା । ରାୟଗଡା – ଗୁଣପୁର -ପାରଳାଖେମୁଣ୍ଡି ଯାତାୟାତ  ରାସ୍ତାରେ ଜନ ସାଧାରଣ ମାନଙ୍କୁ ହେଲମେଟ ପିନ୍ଦନ୍ତୁ ମୂଲ୍ୟବାନ ଜୀବନ ପ୍ରତି ସଜାଗ ରୁହନ୍ତୁ ବୋଲି ସଚେତନା କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଛନ୍ତି ।ରାୟଗଡ଼ାଜିଲ୍ଲା ଏସ   ରାଜପ୍ରସାଦ ମହୋଦୟ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡା ଏଏସପି ନିହାର ରଞ୍ଜନ ପ୍ରଧାନ ,ରାୟଗଡା ଆରଟିଓ  ଵିନୟ କୁମାର ପଲ, ଏସଡିପିଓ ବାବୁଲି ନାୟକ,ଆଇଆଇସି କମଳାକାନ୍ତ ବସନ୍ତ କୁମାର କହଁର ପ୍ରମୁଖ  ଜନ ସାଧାରଣ ଦୁଇ ଚକିଆ ଗାଡି ଚାଳକ ମାନଙ୍କୁ ସଚେତନା କରାଇଥିଲେ। ଯେଉଁ ମାନେ ହେଲମେଟ ବ୍ୟବହାର କରୁଥବା ବ୍ୟକ୍ତି ମାନଙ୍କୁ ଶୁଭେଚ୍ଛା ବାର୍ତା ଏବଂ ଯେଉଁ ମାନେ ହେଲମେଟ ଲଗେଇ ନଥିଲେ ସେମାନଙ୍କୁ ନୂଆ ହେଲମେଟ ପିନ୍ଧାଇ    ସତର୍କ କରାଇଥିଲେ । ଗାଡି ଚାଳକ ମାନଙ୍କୁ ଅନୁରୋଧ କରି ଦୁଇ ଚକିଆ ଗାଡ଼ି ଚାଳକଙ୍କୁ ହେଲମେଟ ନିୟମିତ ପିନ୍ଧିବା , ଚାରିଚକିଆ ଗାଡି ଚଲେଇଲା ବେଳେ ସିଟ ବେଲ୍ଟ ବ୍ୟବହାର କରନ୍ତୁ, ଗାଡି ର ସଂପୃକ୍ତ କାଗଜ ପତ୍ର ଗାଡିରେ ରଖନ୍ତୁ, ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ, ଫୋନ ରେ କଥା ହୋଇ କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଳାନ୍ତୁ ନାହିଁ, ଦୁଇ ଚକିଆ ଯାନରେ ଜାତାୟତ କରୁଥିବା ସମୟରେ ଦୁଇ ଜଣ ବସନ୍ତୁ ଏବଂ ଦୁଇ ଜଣ ହେଲେମେଟେ ବ୍ୟବହାର କରନ୍ତୁ ବୋଲି ଅଧିକାରୀ ମାନେ ସଚେତନା କରୁଥିବା ଦେଖିବାକୁ ମିଳିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ