ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ବୁଗୁଡ଼ା ଏନଏସି ଅନ୍ତର୍ଗତ ଭଞ୍ଜ ରାଜାଙ୍କ ଦ୍ଵାରା ପ୍ରତିଷ୍ଠିତ ବୀର ଧନଞ୍ଜୟ ପୁର ଶାସନରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଯାଇଛି। ପବିତ୍ର ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ ଦେବୀ ଉତ୍ଥାପନ ସହ ସହସ୍ର କୁମ୍ଭ ସ୍ନାନ ଅନୁଷ୍ଠିତ ହେବାସହ ମଧ୍ଯ ରାତ୍ରିରେ ଦେବୀଙ୍କ ଷୋଡଶ ଉପଚାର ପୂଜା, ବେଶ ଓ ଆଳତୀ ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟହ ସନ୍ଧ୍ୟାରେ ଠାକୁରାଣୀଙ୍କୁ ସୁସଜ୍ଜିତ ବିମାନରେ ବସାଇ ବିବିଧ ବାଦ୍ୟ ବାଜଣାରେ ଗ୍ରାମ୍ୟ ଭ୍ରମଣି କରାଯାଉଛି। ଗ୍ରାମ୍ୟ ଭ୍ରମଣି ସମୟରେ ଦ୍ଵାର ଭୋଗ, ଉପନ ଭୋଗ, ହାଣ୍ଡି ଭୋଗ ଅର୍ପଣ କରାଯାଉଛି। ପୂଜା ପାଇଁ ପୁରୋହିତ ପ୍ରଶାନ୍ତ ମିଶ୍ର ଓ କର୍ତ୍ତା ଭାବେ ପ୍ରମୋଦ କୁମାର ଦାଶ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ସଭାପତି ଲମ୍ବୋଦର ଦାଶଙ୍କ ତତ୍ତ୍ଵାବଧାନରେ ସମ୍ପାଦକ ସୁଶାନ୍ତ କୁମାର ଦାଶ, ଦିବ୍ୟ ଚରଣ ଦାଶ, ବୈଷ୍ଣବ ଚରଣ ଦାଶ ପ୍ରମୁଖ ପର୍ବ ପରିଚାଳନା କରୁଛନ୍ତି। ଗ୍ରାମ୍ୟ ଉନ୍ନୟନ ସମିତିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି। ଏହି ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀ ପର୍ଯ୍ୟନ୍ତ ଚାଲିବ ବୋଲି ପରିଚାଳନା ସମିତି ପକ୍ଷରୁ ସହ ସମ୍ପାଦକ ବୈଷ୍ଣବ ଚରଣ ଦାଶ ପ୍ରକାଶ କରିଛନ୍ତି।


