ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କ ରାଜ: 15 ଦିନ ଧରି ପାଠପଢାରୁ ବଞ୍ଚିତ ହେଲେ ଛାତ୍ର

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ଚନ୍ଦ୍ରଗିରି ଠାରେ ଥିବା ଆଇଟିଆଇ କଲେଜରେ ଅଧ୍ୟକ୍ଷଙ୍କ ରାଜରେ ଛାତ୍ରମାନେ ଅତିଷ୍ଠ ହୋଇପଡିଛନ୍ତି. ମାତ୍ର 5 ରୁ 10 ମିନିଟ ବିଳମ୍ବରେ ଆସୁଥିବା ଛାତ୍ରମାନଙ୍କୁ  ଆଇଟିଆଇ କଲେଜରେ ପ୍ରବେଶ କରିବାରେ କଟକଣା ଜାରି କରି ମୁଖ୍ୟ ଫାଟକରେ ତାଲା ପକାଉ ଥିବା ଘଟଣା ନେଇ ଗତ 15 ଦିନ ଧରି ପାଠପଢାରୁ ବଞ୍ଚିତ ହୋଇଛନ୍ତି କେତେକ ଛାତ୍ର. ଘଟଣାରୁ ପ୍ରକାଶ, ଏହି କଲେଜକୁ ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ବସ୍‌ ଦ୍ଵାରା ଦୂରଦୂରାନ୍ତରୁ କଲେଜକୁ ଆସୁଛନ୍ତି ଛାତ୍ରଛାତ୍ରୀ। ହେଲେ ବନ ପାହାଡ଼ ଓ ବିଭିନ୍ନ ବୁଲାଣିଆ ଘାଟି ଆଦିକୁ ଅତିକ୍ରମ କରି କୌଣସି କାରଣରୁ ବସଟି ମାତ୍ର 5 ରୁ ୧୦ ମିନିଟ୍ ବିଳମ୍ବରେ ପହଁଚିଲେ କଲେଜ ଭିତରକୁ ଅଧ୍ୟକ୍ଷ ପ୍ରବେଶ ଅନୁମତି ଦେଉନଥିବା କେତେକ ଛାତ୍ର ଅଭିଯୋଗ କରିଛନ୍ତି। ଏଥିସହ ଅଧକ୍ଷ ମୁଖ୍ୟ ଫାଟକରେ ତାଲା ପକାଇ ଦେଉଛନ୍ତି. ଯଦ୍ୱାରା କେତେକ ଛାତ୍ରଛାତ୍ରୀ ୧୫ ଦିନ ଧରି ପାଠପଢ଼ାରୁ ବଞ୍ଚିତ ହୋଇଛନ୍ତି । ଘଟଣା ନେଇ ଛାତ୍ରମାନେ କଲେଜ ଅଧକ୍ଷଙ୍କୁ ଗୁହାରି କରିବା ପରେ ଅଭିଭାବକମାନଙ୍କୁ ଧରି କଲେଜ ଆସିଲେ ଆଲୋଚନା କରିବା ପରେ ଆବଶ୍ୟକ ନିଷ୍ପତ୍ତି ନିଆଯିବ ବୋଲି ଅଧକ୍ଷ ଛାତ୍ରମାନଙ୍କୁ ନିର୍ଦେଶ ଦେଇଥିଲେ. ଅଧକ୍ଷଙ୍କ ଏହି ନିର୍ଦେଶ ଅନୁଯାୟୀ ଛାତ୍ରମାନେ ଅଭିଭାବକଙ୍କ ସହ କଲେଜରେ ପହଞ୍ଚିବା ପରେ ଅଧକ୍ଷ ଏପରି କୌଣସି ଆଲୋଚନା ନ କରି ଅଭିଭାବକମାନଙ୍କୁ ଦୁର୍ବ୍ୟବହାର ପ୍ରଦଶନ କରିବା ପ୍ରତିବାଦରେ ଛାତ୍ରମାନେ କଲେଜର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇ ଏଭଳି ଘଟଣାକୁ ନିନ୍ଦା କରିଛନ୍ତି. ଧାରଣାରତ ଛାତ୍ରମାନେ ପ୍ରକାଶ କରି କହିଛନ୍ତିଯେ, ଦୂରଦୂରାନ୍ତରେ ଥିବା ଗ୍ରାମାଞ୍ଚଳରୁ ପାହାଡିଆ ଘାଟି ରାସ୍ତା ଦେଇ ବସରେ ଆସିବା ବେଳେ ମାତ୍ର 5 ରୁ 10 ମିନିଟ ବିଳମ୍ବ ହେଉଛି. ବସରେ କଲେଜକୁ ଆସିବା ବ୍ୟତୀତ ଅନ୍ୟ କୌଣସି ସୁବିଧା ନାହିଁ. ଏହି ଘଟଣା ଅଧକ୍ଷ ଜାଣି ସୁଦ୍ଧା ନ ଜାଣିବା ପରି 5 ରୁ 10 ମିନିଟ ବିଳମ୍ବ କାରଣରୁ କଲେଜ ପ୍ରବେଶରେ କଟକଣା ଜାରି କରିବା ଦୁଃଖଦାୟକ. ପ୍ରଶାସନ ଏନେଇ ବିହିତ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଛାତ୍ରମାନେ ଦାବି କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ