କାନ୍ତକବି ସାହିତ୍ୟ ପରିଷଦ ପକ୍ଷରୁ ସାହିତ୍ୟ ଆସର
ହାଟଡିହି (ଓ୍ବାଇଏନଏସ): କାନ୍ତକବି ସାହିତ୍ୟ ପରିଷଦ ଭଦ୍ରକ ତରଫରୁ ପଞ୍ଚାୟତ ହାଇସ୍କୁଲ ଶାସଙ୍ଗ ଠାରେ ଏକ ସାହିତ୍ୟ ଆସର ଅନୁଷ୍ଠିତ ହୋଇ ଯାଇଛି। କାନ୍ତକବି ସାହିତ୍ୟ ପରିଷଦର ପ୍ରତିଷ୍ଠାତା ଡାକ୍ତର ଅମ୍ମୁଲ୍ୟ କୁମାର ସେନାପତି, ସଂପାଦକ ବିଶ୍ୱନାଥ କିଙ୍କର ରାଉତ, ସଭାପତି ଡ଼କ୍ଟର ଶ୍ରୀକାନ୍ତ ପଣ୍ଡା, ଉପଦେଷ୍ଟା ଦିନ ରଞ୍ଜନ ପାଢୀଙ୍କ ସଂଯୋଜନାରେ ଅନୁଷ୍ଠିତ ସାହିତ୍ୟ ଆସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାହିତ୍ୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଥିଲା। ସଙ୍ଗୀତରେ ଦିବ୍ୟରାଣୀ ଲେଙ୍କା, ସାଇ ପ୍ରତୀକ୍ଷା ଜେନା ଧନଞୟ ପତି ଢଗଢମାଳିରେ ରୁଦ୍ରଜିତ ଜେନା . ଶ୍ରୀନିବାସ ଆଚ।ର୍ଯ୍ୟ, ସୃତିଅରୁସ୍ମିତା ଧଳ, ଅନ୍ତାକ୍ଷରୀରେ ସାଇ ପ୍ରତୀକ୍ଷା ଜେନା, ଧନଞ୍ଜୟ ପତି , ଶ୍ରୀନିବାସ ଆଚାର୍ଯ୍ୟ, ପ୍ରଶ୍ନୋତ୍ତରୀ ରେ ସୋନାଲି ପ୍ରିୟ ଦର୍ଶନୀ ସା, ସାଇପ୍ରସାଦ ସାମଲ, ସ୍ଵାଭିମାନ ସାହୁ,କବିତାରେ ଇପସିତା ସାମଲ ବିଦ୍ୟାରାଣୀ ଲେଙ୍କା ଧନଞ୍ଜୟ ପତି ବିକୃତାରେ ସଂଘମିତ୍ରା ସେଠୀ, ସୁଧାଶୀ ଜେନା, ଇପ୍ସିତା ସାମଲ ଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ସର୍ବଶେଷରେ ବିଦ୍ଯାଳୟର ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ପଦ୍ମନାଭ ପଣ୍ଡା ଓ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଧାକୃଷ୍ଣ ପତିଙ୍କୁ କାନ୍ତ ସୌରଭ ସମ୍ମାନ ୨୦୨୬ପ୍ରଦାନ କରାଯାଇଥିଲା ଏଥିରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ନବକିଶୋର ବିଶ୍ୱାଳ , ସୁରେନ୍ଦ୍ର କୁମାର ନାଥ, ଶିଶିର କୁମାର ବିଶ୍ଵାଳ ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରଦୀପ କୁମାର ସ୍ୱାଇଁ ସତ୍ୟବ୍ରତ ବିଶ୍ୱାଳ , ପର୍ଶୁରାମ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


