ପୂର୍ବତନ ପ୍ରଶାସକ ବିପିନବିହାରୀ ଜେନାଙ୍କୁ ଶ୍ରଦ୍ଧାଞ୍ଜଳୀ
କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):ପୂର୍ବତନ ବରିଷ୍ଠ ପ୍ରଶାସକ ସ୍ୱର୍ଗତ ବିପିନବିହାରୀ ଜେନାଙ୍କ ସପ୍ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ବଗଡା ପଞ୍ଚାୟତର ସୂର୍ଯ୍ୟପୁରସ୍ଥିତ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶକ୍ଷାବିତ୍ ବୈକୁଣ୍ଠବିହାରୀ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା, ରମଣୀରଞ୍ଜନ ରାଉତରାୟ, ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦୀପ କୁମାର ମହାନ୍ତି, ହିରଣ୍ୟ କୁମାର ପଣ୍ଡା, ପ୍ରଶାସକ ଅମୀୟକେତନ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଆଦିକନ୍ଦ ରାଉଳ, ବିଧୁଭୂଷଣ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ସ୍ଥାନୀୟ ସରପଞ୍ଚ ସୁବାନୀ ସାହୁ, ସୁବୁଦ୍ଧି ଚରଣ ସାହୁ, ରାଜେଶ ମହାନ୍ତି, ଫକୀର ଚରଣ ଖଟୁଆ, ଶ୍ରୀଧର ନାୟକ, ମୃତ୍ୟୁଞ୍ଜୟ ମହାନ୍ତି, ରଞ୍ଜନ କୁମାର ଜେନା, ମାନସ ରଞ୍ଜନ ପ୍ରଧାନ, ସୁରେଶ ପୃଷ୍ଟି, ସନ୍ଦୀପ ବେହେରା, ମୁଜାଫର ଖାନ, ବିମଳ ତ୍ରିପାଠୀ, ସୁଧାଂଶୁ ରାଉତ, ବଙ୍କୀମବିହାରୀ ଜେନା, ଅବିନାଶ ଜେନା, ଜ୍ଞାନ ରଞ୍ଜନ ସାହୁ, ମନୋଜ ସାହୁ, ପ୍ରଭାତ ରଞ୍ଜନ ଜେନା, ପରୱେଜ ଅଖତର, ହିମାଂଶୁ ସ୍ୱାଇଁ, ଦୋଳଗୋବିନ୍ଦ ସାହୁ, ଗଣେଶଚନ୍ଦ୍ର ପତି, ପ୍ରଦୀପ କୁମାର ଜେନା, ନିରଞ୍ଜନ ପରିଡ଼ା, ଜୟପ୍ରକାଶ ସ୍ୱାଇଁ ଏବଂ ସ୍ୱର୍ଗତ ଜେନାଙ୍କ ସୁପୁତ୍ର ଯୁବ ସମାଜସେବୀ ଇଂ. ସ୍ମୃତି ରଞ୍ଜନ ଜେନା ତାଙ୍କ ପବିତ୍ର ସ୍ମୃତି ପ୍ରତି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।


