ଜୀବନ ଜ୍ୟୋତି ମହାବିଦ୍ୟାଳୟ ସୁମିତ୍ ସଭାପତି, ସ୍ନେହଲତା ସାଧାରଣ ସଂମ୍ପାଦକ
ରାଇକିଆ, (ଓ୍ବାଇଏନଏସ): କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ମହାବିଦ୍ୟାଳୟ ର ଛାତ୍ର ନିର୍ଵାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି । ନିର୍ବାଚନ ପରିବର୍ତ୍ତେ ମନୋନୟନ ପ୍ରକ୍ରିୟା ରେ ସଭାପତି ଭାବେ ସୁମିତ ପ୍ରଧାନ, ସାଧାରଣ ସମ୍ପାଦକ ଭାବେ ସ୍ନେହଲତା ପ୍ରଧାନ, ଉପସଭାପତି ଭାବେ ଜଗ ମୋହିନୀ ପ୍ରଧାନ, ଯୁଗ୍ମ ସମ୍ପାଦକ ଭାବେ ବାଦଲ ଦିଗାଲ, କ୍ରୀଡା ସଂମ୍ପାଦକ ଭାବେ ସଜନା ବେହେରା, ନାଟ୍ୟ ଓ ସଂସ୍କୃତି ବିଭାଗ ସଂମ୍ପାଦକ ଭାବେ ଶାମୁକା ପ୍ରଧାନ ଙ୍କୁ ମନୋନୀତ କରଯାଇଛି। ଏ ନେଇ ମହାବିଦ୍ୟାଳୟ ପକ୍ଷରୁ ଆନୁଷ୍ଠାନିକ ଭାବେ ଫଳାଫଳ ପ୍ରକାଶ କରାଯାଇଛି। ଫଳାଫଳ ପ୍ରକାଶ ପରେ ନିଜ ପ୍ରତିକ୍ରିୟା ରେ କଲେଜ ଛାତ୍ର ଛାତ୍ରୀ ଙ୍କ ପାଇଁ ଆବଶ୍ୟକୀୟ ଅନୁଯାୟୀ ପ୍ରାଥମିକତା ଭିିତି ରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସଭାପତି ସୁମିତ୍ ପ୍ରକାଶ କରିବା ସହ ଏବିଭିପି କୁ ସମର୍ଥନ ଜଣାଇଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଇକିଆ ଭାଜପା ତରଫରୁ ମଧ୍ୟ ନୂତନ ପ୍ରତିନିଧି ଙ୍କୁ ଶୁଭେଚ୍ଛା ଓ ସମ୍ୱର୍ଦ୍ଧନା ଜ୍ଞାପନ କରଯାଇଛି।


