ଝୋଡ଼ିପଦର ଗ୍ରାମରେ ପାନୀୟ ଜଳ ସଙ୍କଟ, ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ସମ୍ମୁଖରେ ଗ୍ରାମବାସୀ
ରାୟଗଡ଼ା , ୧୬/୧୦ ( ଯୋଗେଶ୍ୱର ଦାସ ) ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍ ଝୋଡ଼ିପଦର ଗ୍ରାମରେ ପାନୀୟ ଜଳ ସଙ୍କଟ, ସମାଧାନ ଦାବିରେ ପଞ୍ଚାୟତ କାର୍ଯ୍ୟାଳୟରେ ସମ୍ମୁଖରେ ଗ୍ରାମବାସୀ ବସିଥିବା ଦେଖିବାକୁ ମିଳିଛି କାରଣ ମୌଳିକ ସୁବିଧା ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହୋଇଛି। ଏପରି ଏକ ସମସ୍ୟାକୁ ନେଇ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କୋଡ଼ିପାରି ପଞ୍ଚାୟତ ଅନ୍ତର୍ଗତ ଝୋଡ଼ିପଦର ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ଅଭିଯୋଗ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଝୋଡ଼ିପଦର ଗ୍ରାମରେ ପାନୀୟ ଜଳ ସମସ୍ୟାର ସମାଧାନ ଦାବିରେ ଗ୍ରାମବାସୀ କାଶୀପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ନିଜର ଅଭିଯୋଗ ଜଣାଇଛନ୍ତି। ଦୀର୍ଘଦିନ ଧରି ଜଳ ସମସ୍ୟା ଲାଗି ରହିଥିବା ବେଳେ ଏନେଇ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ଆବଶ୍ୟକ ପଦକ୍ଷେପ ନିଆଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଭଳି ଏକ ଅତ୍ୟାବଶ୍ୟକ ସୁବିଧା ପାଇଁ ଗ୍ରାମବାସୀଙ୍କୁ ଦ୍ୱାରଦ୍ୱାର ହେବାକୁ ପଡ଼ିବା ଘଟଣା ସ୍ଥାନୀୟ ପ୍ରଶାସନର କାର୍ଯ୍ୟପ୍ରଣାଳୀ ଉପରେ ପ୍ରଶ୍ନ ଉଠାଇଛି। ଗ୍ରାମବାସୀଙ୍କ ଅଭିଯୋଗର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ କେବେ ପଦକ୍ଷେପ ନେବ, ତାହାକୁ ନେଇ ଅପେକ୍ଷା ରହିଛି। ଅନ୍ୟପକ୍ଷରେ, ଏହି ସମସ୍ୟାକୁ ନେଇ କାଶୀପୁର ବ୍ଲକ ଅଧ୍ୟକ୍ଷ କଣ୍ଟ ମାଝୀଙ୍କ ପ୍ରତିକ୍ରିୟା ନିଆଯାଇଛି। ସେ ଅତି ଶୀଘ୍ର ସମାଧାନ କରିବା ନେଇ ଆଶ୍ୱାସନା ଦେଇଥିବା ଖବର ରହିଛି। ଝୋଡ଼ିପଦର ଗ୍ରାମବାସୀଙ୍କୁ କେବେ ମିଳିବ ନିୟମିତ ପାନୀୟ ଜଳ ସୁବିଧା? ଅଭିଯୋଗର ସମାଧାନ କେବେ ହେବ? ତାହା ବର୍ତ୍ତମାନ ଗ୍ରାମବାସୀ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ଉପରେ ଭରସା ରଖି ଚାହିଁ ବସିଥିବା ଦେଖିବାକୁ ମିଳିଛି ।


