ମାଳତୀରାରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ
ବନ୍ତ(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଦେବୀସାହି ଠାରେ ଶହେ ବର୍ଷରୁ ଉର୍ଦ୍ଧ୍ୱ ହେବ ପାଳିତ ହୋଇଆସୁଥିବା ଶାରଦୀୟ ଦୁର୍ଗା ପୂଜା ଚଳିତ ବର୍ଷ ମହାସମାରୋହରେ ଆରମ୍ଭ ହୋଇଛି । ନେପାଳ ଦାସ, ସୁବାଷ ଦାସ, କାହ୍ନୁ ଚରଣ ରାମଙ୍କ ଦ୍ୱାରା ଗୋପାଳ ପୋଖରୀରୁ କଳସ ଅଣାଯାଇ ଘଟ ସ୍ଥାପନ କରାଯାଇଥିଲା । ଶୁକ୍ରବାର ତପଷଷ୍ଠୀ ଓ ବେଲ୍ଲାଧିବାସ, ଶନିବାର ମହାସପ୍ତମୀ ପୂଜା, ରବିବାର ମୃଣ୍ମୟୀ ସାଧାରଣ ପୂଜା, ସୋମବାର ମହାଷ୍ଟମୀ ପୂଜା ଓ ସନ୍ଧି ପୂଜା, ମଙ୍ଗଳବାର ମହାନବମୀ ପୂଜା, ବୁଧବାର ଦଶହରା ଓ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପୂଜକ ଭାସ୍କର ଚନ୍ଦ୍ର ଶତପଥି, ଶଶୀକାନ୍ତ ମହାପାତ୍ର, ସନ୍ତୋଷ ଶତପଥି ପୂଜା ଦାୟୀତ୍ୱ ସମ୍ପାଦନ କରୁଥିବା ବେଳେ କୃପାସିନ୍ଧୁ ରଣା, ପଦ୍ମନାଭ ପଣ୍ଡା ସହଯୋଗ କରୁଛନ୍ତି । କାରିଗର ପ୍ରଭାକର ରଣାଙ୍କ ଦ୍ୱାରା ନିର୍ମିତ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ଶତାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳୁଛି । କମିଟିର ସଭାପତି ନାରାୟଣ ଚନ୍ଦ୍ର ସାହୁ, ସମ୍ପାଦକ ସୁଧାଂଶୁ ଶେଖର ମହାନ୍ତି, ବୁଦ୍ଧିରାମ ଜେନା, ନିରାକର ସାହୁ, ପ୍ରଫୁଲ୍ଲ କୁମାର ସାହୁ, ରମାକାନ୍ତ ଜେନା, ଗୋବିନ୍ଦ ଜେନା, ରଘୁନାଥ ରଣା, ନରହରି ଜେନା, ସନାତନ ସାହୁଙ୍କ ସମେତ ଗ୍ରାମବାସୀ ମାନେ ସହାୟତା କରୁଛନ୍ତି । ଦଶହରା ଦିବସରେ ଲାଖବିନ୍ଧା ଏବଂ ଶୁକ୍ରବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।


