୨ ମଦ୍ୟପ ଡ୍ରାଇଭରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ୨ ଗାଡ଼ି ଜବତ

ବନ୍ତ,(ଚାନ୍ଦିନୀ ମହାନ୍ତି): ମଙ୍ଗଳବାର ବନ୍ତ ପୋଲିସ ପକ୍ଷରୁ ସେଣ୍ଢତୀରା ଏବଂ ବନ୍ତ ବଜାରରେ ଯାନବାହାନ ଯାଞ୍ଚ କରାଯାଉଥିବା ବେଳେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ଅଭିଯୋଗରେ ୨ ଡ୍ରାଇଭରଙ୍କୁ ଅଟକାଇଥିଲା। ଢେଙ୍କାନାଳ ଜିଲ୍ଲା ପିଙ୍ଗୁଆ ଗ୍ରାମର ପ୍ରହଲ୍ଲାଦ ସାହୁ(୩୬) ମଦ୍ୟପାନ କରି  ଏକ ପିକଅପ୍ ଗାଡ଼ି ଚଲାଉଥିବାରୁ ତାଙ୍କୁ ଗିରଫ କରାଯିବା ସହ ଗାଡିକୁ ଜବତ କରାଯାଇଥିଲା। ଏନେଇ ଥାନାରେ ୩୧୧/୨୬ରେ ମାମଲା ରୁଜ୍ଜୁ ହୋଇଛି। ସେହିପରି ବାଲେଶ୍ୱର ଜିଲା ବରଦା ଗ୍ରାମର କାହ୍ନୁ ଦାସ(୨୧) ମଦ୍ୟପାନ କରି ବାଇକ ଚଳାଉଥିବା ବେଳେ ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ଯାଞ୍ଚ କରିବା ପରେ ମଦ୍ୟପାନ କରିଥିବା ଜଣା ପଡିଥିଲା।ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ସହ ବାଇକକୁ ଜବତ କରିଛି। ଏନେଇ ଥାନାରେ ୩୧୨/୨୬ରେ ମାମଲା ରୁଜ୍ଜୁ ହୋଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ