୪୧ବର୍ଷରେ ପଦାର୍ପଣ କଲା ଭରତପୁର ଗଜଲକ୍ଷ୍ମୀ ପୂଜା କମିଟି

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ବ୍ଲକ ଅଧିନ ଭରତପୁର ଗଜଲକ୍ଷ୍ମୀ ପୂଜା କମିଟି ୪୧ବର୍ଷରେ ପଦାର୍ପଣ କରିଛି।୧୯୮୫ମସିହାରେ ଦିଲ୍ଲିପ କୁମାର ଦାସ, ବିଭୁତିଭୂଷଣ ମହାନ୍ତି, ଚିତ୍ତରଞ୍ଜନ ଦାସ, ଦେବେନ୍ଦ୍ର ମହାନ୍ତି, ଦୀନବନ୍ଧୁ ସାହୁ, ସୁବୋଧ ଦାସ, ବିରଜା ପ୍ରସାଦ ମହାନ୍ତି, ଆକୁଳାନନ୍ଦ ବେହେରା, ଶ୍ରୀଚରଣ ବେହେରାଙ୍କ ଭଳି କେତେକ ଉଦୀୟମାନ ଯୁବକ ଭରତପୁର ଗ୍ରାମରେ ପ୍ରଥମେ ମା’ଲକ୍ଷ୍ମୀଙ୍କ ପୂଜା ଆରମ୍ଭ କରିଥିଲେ। ଏଠାରେ ମା’ଲକ୍ଷ୍ମୀଙ୍କ ପୂଜା ରୀତିନୀତି ଅନୁଯାଇ ଅତ୍ୟନ୍ତ ନିଷ୍ଠାର ସହିତ କରାଇଯାଇଥାଏ। ଏହି ପୂଜାରେ ଗ୍ରାମର ପ୍ରତ୍ୟେକ ପରିବାରର ସଦସ୍ୟମାନେ ସାମିଲ ହୋଇଥାନ୍ତି। ମା’ଙ୍କ ପୂଜା ଅତ୍ୟନ୍ତ ଯାକଜମକରେ ହୋଇଥାଏ। ପୂଜା ଆରମ୍ଭ ଦିନରୁ ପ୍ରତ୍ୟେକ ସନ୍ଧ୍ୟାରେ ମା’ଙ୍କ ମଣ୍ଡପ ନିକଟରେ ଭଜନ, କୀର୍ତ୍ତନ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥାଏ। ଏହାକୁ ଦେଖିବାକୁ ଆଖପାଖ ଗ୍ରାମ ଗୁଡିକର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହିତ ମା’ଙ୍କ ପୂଜା ଓ ଭଷାଣୀ ଉତ୍ସବ ସମାପନ ହୋଇଥାଏ। ଏବେ ଗ୍ରାମର ଶକ୍ତି ପ୍ରସାଦ ମହାନ୍ତି, ସରୋଜକାନ୍ତ ମହାନ୍ତି, ଦୁର୍ଗାକେତନ ମହାନ୍ତି, ସୈାଭାଗ୍ୟରଞ୍ଜନ ଦାସ, ନିମାଇଁ ମହାନ୍ତି, ମନୋଜ ମହାନ୍ତି, ବିରଞ୍ଚି ମହାନ୍ତି, ବିଶ୍ୱଜିତ ଦାସ, କୃପାସିନ୍ଧୁ ସାହୁ ପ୍ରମୁଖ ମା’ଲକ୍ଷ୍ମୀଙ୍କ ପୂଜାର ଦାୟିତ୍ୱ ଗ୍ରହଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ